ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ଯବାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଲଣ୍ଠନ କାଚରେ ସହିଦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିତ୍ର ଶିଳ୍ପୀ । ଅନୁଗୁଳର ଚିତ୍ର ଶିଳ୍ପୀ ରଜତ ରଞ୍ଜନ ନାଥ କନ୍ନୁର୍ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା  ୧୪ ଜଣ ବୀର ଯବାନ ମାନଙ୍କ ଫଟୋକୁ ଲଣ୍ଠନ କାଚରେ ଆଙ୍କିଛନ୍ତି । ଲଣ୍ଠନ କାଚରେ ସୁନ୍ଦର ଭାବରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ।

Angul Youth Painter Pay Tributes To Martyrs With Lamp Glass Painting

ପୂର୍ବରୁ ସେ ଗଲୱାନ ଘାଟିରେ ସହିଦ ହୋଇଥିବା ଭାରତର ବୀର ଯବାନମାନଙ୍କର ଚିତ୍ରକୁ ସେ ସୁନ୍ଦର ଭାବରେ ବାଉଁଶ ମାଧ୍ୟମରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକ ଲୋଚନଙ୍କୁ ଆସିଥିଲେ । ଚଳିତ ଥର ଲଣ୍ଠନରେ ସେ ଏଭଳି ଚିତ୍ର ଆଙ୍କି ଭିନ୍ନ ପ୍ରୟାସ କରିଛନ୍ତି । ତାଙ୍କର ଏ ଅଭିନବ କୃତିକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

Leave a Reply