ମଧ୍ୟପ୍ରଦେଶକୁ ଫେରିଯାଇପାରେ ‘ସୁନ୍ଦରୀ’: ଫେଲ୍ ମାରିବ ବ୍ୟାଘ୍ର ପ୍ରକଳ୍ପ
ଅନୁଗୁଳ: ବାଘଶୂନ୍ୟ ହୋଇଯାଇପାରେ ସାତକୋଶିଆ । ଫେଲ୍ ମାରିବ ବ୍ୟାଘ୍ର ପ୍ରକଳ୍ପ । ପୂର୍ବରୁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ‘ମୃହାବୀର‘ର ମୃତ୍ୟୁ ହୋଇଥିବା ବେଳେ ସେହି ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ‘ ଫେରିଯିବାର ସମ୍ଭାବନା ରହିଛି । ସେପଟେ ଜଙ୍ଗଲରେ ଥିବା ଏକମାତ୍ର ଜଙ୍ଗଲୀ ବାଘୁଣୀ ଏବେ ଅସୁସ୍ଥ । ତେଣୁ ସାତକୋଶିଆ ବାଘଶୂନ୍ୟ ହୋଇଯିବାର ଆଶଙ୍କା ରହିଛି ।
ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଜଙ୍ଗଲୀ ବୁଢୀ ବାଘୁଣୀ ଅସୁସ୍ଥ । ମଧ୍ୟପ୍ରଦେଶର ‘କାହ୍ନା‘ ଅଭୟାରଣ୍ୟରୁ ଅଣାଯାଇଥିବା ପୁରୁଷ ମହାବଳ ‘ମହାବୀର‘ ମୃତ୍ୟୁ ହୋଇସାରିଛି । ଏନ୍କ୍ଲୋଜରରେ ଅଛି ମଧ୍ୟପ୍ରଦେଶ ‘ବାନ୍ଧବଗଡ଼‘ରୁ ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ‘। ତା‘ର ଉପଯ଼ୁକ୍ତ ଯତ୍ନ ନିଆଯାଉ ନଥିବାରୁ ତାକୁ ଫେରାଇ ନେବାକୁ ଯୋଜନା ହେଉଛି । ଏବେ ଜଙ୍ଗଲୀ ବାଘୁଣୀ ଅସୁସ୍ଥ । ତେଣୁ ଚିନ୍ତା ବଢିଛି ।
ଅସୁସ୍ଥ ବାଘୁଣୀ ‘ସୁନ୍ଦରୀ‘ର ଚିକିତ୍ସା ଉଦ୍ୟମ ଆରମ୍ଭ ହୋଇଛି । ଅଭୟାରଣ୍ୟର କୋର୍ ଏରିଆରେ ଅସୁସ୍ଥ ‘ସୁନ୍ଦରୀ‘ର ଗତିବିଧି ଉପରେ ନଜର ରଖିବେ ହାତୀ ମହେନ୍ଦ୍ର ଓ ଯଶୋଦା । ତାକୁ ଟ୍ରାଙ୍କୁଲାଇଜ କରି କିମ୍ବା ଜନ୍ତାରେ ଧରିବା ପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିବେ । ତେବେ ‘ସୁନ୍ଦରୀ‘ ବାଘୁଣୀକୁ ଫେରାଯିବ କି ନାହାଁ ତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବନ ସଂରକ୍ଷକ କହିଛନ୍ତି