୩୯.୭ଂ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରବାହ । ୩୯.୭ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିବା ବେଳେ ୧୨ସହରରେ ଦିନ ତାପମାତ୍ରା ୩୮ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି । ସୋନପୁର ୩୯.୫ ଡିଗ୍ରୀ, ବାରିପଦାରେ ୩୯.୨ ଡିଗ୍ରୀ, ଟିଟିଲାଗଡ ଏବଂ ବୌଦ୍ଧରେ ୩୯ ଡିଗ୍ରୀ,  ଭୁବନେଶ୍ୱର ୩୮.୧ ଏବଂ କଟକ ତାପମାତ୍ରା ୩୮ଡିଗ୍ରୀ, ସମ୍ବଲପୁର ୩୮.୬, ଭଦ୍ରକ ତାପମାତ୍ରା ୩୮.୨ଡିଗ୍ରୀ, ଯାଜପୁର, ନୟାଗଡ଼, ତାଳଚେର ତାପମାତ୍ରା ୩୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟ ପକ୍ଷରେ ହିଟ୍‌ ଓ୍ୱେଭ୍‌କୁ ନେଇ ସତର୍କ କରାଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ହିଟ୍ ଓ୍ୱେଭ୍ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଆଧାରରେ ଜିଲ୍ଲପାଳଙ୍କୁ ସର୍ତକ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି ପ୍ରଦୀପ ଜେନା । ଅନଗୁଳ, ବାଲେଶ୍ୱର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼, ସମ୍ବଲପୁର ଓ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି ।

୧୬ ତାରିଖ ସକାଳ ୮ ଘଣ୍ଟା ୩୦ ମିନିଟ ସମୟରୁ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଛି । ସେହିଭଳି ଉପରୋକ୍ତ ୮ ଜିଲ୍ଲା ସମେତ ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ୧୭ ତାରିଖ ସକାଳ ସାଢ଼େ ୮ଟାରୁ ୧୮ ତାରିଖ ସକାଳ ୮ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଅନ୍ୟପକ୍ଷରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ୧୮ ତାରିଖ ସକାଳ ସାଢ଼େ ୮ରୁ ୧୯ ତାରିଖ ସକାଳ ସାଢ଼େ ୮ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ରହିବାକୁ ଚିଠିରେ ଉଲ୍ଲେଖ ରହିଛି ।