ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା

1 min read

ଅନୁଗୁଳ: ଜାତୀୟ ରାଜପଥ ୫୫ ଗୁରୁଣ୍ଡୁ ନିକଟରେ ମର୍ମନ୍ତୁକ ସଡକ ଦୁର୍ଘଟଣା । ଏକ ବୋଲେରୋକୁ ନାଇଟ-କୋଚ ବସ ଧକ୍କା ଦେଇଛି । ଡ୍ରାଇଭର ସହ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ପ୍ରଥମେ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଛି ।

ସୂଚନା ଅନୁସାରେ, ରାଇପୁରରୁ ବୋଲେରୋରେ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ଭୁବନେଶ୍ଵରରୁ ଇବ ଅଭିମୁଖେ ଯାଉଥିବା ସୁଶ୍ରୀ ନାମକ ନାଇଟକୋଚ ବସ ବୋଲେକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣାସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତରିତ କରା ଯାଇଛି । ମୁତାହତମାନେ ଗୋଟିଏ ପରିବାର ହୋଇଥିବା ସୂଚନା ମିଳିଛି ।

Leave a Reply