କୁକୁର ଭୁକିଲା ବୋଲି କୁକୁର ସହ ମାଲିକଙ୍କୁ ଲୁହା ରଡରେ ମାଡ଼

1 min read

ନୂଆଦିଲ୍ଲୀ: କୁକୁର ଭୁକିଲା ବୋଲି ମାଲିକଙ୍କୁ ଲୁହା ରଡରେ ପିଟିଲେ ବ୍ୟକ୍ତି । ଦିଲ୍ଲୀରେ ଘଟିଛି ଏହି ଜଘନ୍ୟ କାଣ୍ଡ । ଜଣେ ବ୍ୟକ୍ତିଙ୍କ କୁକୁର ଭୁକିବାରୁ କୁକୁର ସହ ମାଲିକଙ୍କୁ ବି ଲୁହା ରଡରେ ପିଟିଛନ୍ତି ଜଣେ ବ୍ୟକ୍ତି । ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ଏହି ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି  । ଏହି ଘଟଣାର ପୂରା ଭିଡିଓ ଏବେ ସାମ୍ନାକୁ ଆସିଛି ।

ଭିଡିଓରେ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡ ହାତରେ ଧରିଥିବା ଦେଖାଯାଉଛି । ଭିଡିଓରେ ଦେଖାଯାଉଛି ଯେ, କୁକୁରକୁ ଜଣେ ବ୍ୟକ୍ତି ବୁଲାଉଛନ୍ତି । ହଠାତ ଲାଲ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ଲୁହା ରଡ ଧରି ଆସୁଛନ୍ତି ଏବଂ କୁକୁର ମୁଣ୍ଡକୁ ଯୋରରେ ପାହାରେ ପକାଉଛନ୍ତି । ଏ ନେଇ ମାଲିକ ଜଣଙ୍କ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କନ୍ତୁ ସେ ତାଙ୍କୁ ମଧ୍ୟ ଲୁହା ରଡରେ ଆକ୍ରମଣ କରିଛନ୍ତି ।

ଏହି ଘଟଣାର ଭିଡିଓ ଭାଇରାଲ ହେଲାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ପଶ୍ଚିମ ବିହାର ଇଷ୍ଟ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି  । ପୋଲିସ୍ ଏ ନେଇ ତଦନ୍ତ ଆରମ୍ଭ କରିଛି ।

ଏ ନେଇ ପୋଲିସ୍ କହିଛି ଯେ, କୁକୁରର ବୟାନ ଆଧାରରେ ପଶୁଙ୍କ ସୁରକ୍ଷା ପାଇଁ ଉର୍ଦ୍ଦିଷ୍ଟ ଧାରା ଅନୁସାରେ ମାମଲା ହୋଇଛି । ଘଟଣାର ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର  ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।