ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡ଼ି କର୍ମୀ

1 min read

ଯାଜପୁର: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡ଼ି କର୍ମୀ । ଅଲ୍‌ ଓଡିଶା ଅଙ୍ଗନୱାଡ଼ି କର୍ମୀ ୧୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭାରତ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ କର୍ମଚାରୀ ମାନଙ୍କର ମାସିକ ବେତନ ବଢ଼ାଇବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ।

କର୍ମଚାରୀମାନଙ୍କର ମାସିକ ବେତନ ୧୮୦୦୦ ଟଙ୍କା, ଭତ୍ତା ବାବଦକୁ ୩୦୦୦ ଟଙ୍କା, ସହାୟିକାମାନଙ୍କୁ ମାସିକ ୯୦୦୦ ଟଙ୍କା, ପ୍ରତ୍ୟେକ କର୍ମୀମାନଙ୍କୁ ଗ୍ୟାସ ପ୍ରଭୃତି ୧୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ରଧଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରାୟ ୧ ହଜାର ରୁ ଉର୍ଦ୍ଧ କର୍ମୀ ଏଥିରେ ସାମିଲ ହୋଇଛନ୍ତି ।

')}

Leave a Reply