ଦିଲ୍ଲୀ ଦରବାର ଦୋହଲାଇବେ ଅଙ୍ଗନବାଡ଼ି କର୍ମୀ

1 min read

ଭୁବନେଶ୍ବର: ଦିଲ୍ଲୀ ଦରବାର ଦୋହଲାଇବାକୁ ଅଙ୍ଗନବାଡି କର୍ମୀ ଓ ସହାୟିକା ପ୍ରସ୍ତୁତି କରୁଛନ୍ତି । ଆଗାମୀ ୨୮ ତାରିଖରେ ବିଭିନ୍ନ ଦାବି ନେଇ ଦିଲ୍ଲୀରେ ସାରା ଦେଶରୁ ଅଙ୍ଗନବାଡି କର୍ମୀ ଏକ ହୋଇ ଧର୍ମଘଟକୁ ଓହ୍ଲାଇବେ।

ସାରା ଦେଶରୁ ୧୫ ହଜାରରୁ ଅଧିକ ଅଙ୍ଗନବାଡିକର୍ମୀ ଓ ସହାୟିକାମାନେ ପାର୍ଲାମେଣ୍ଟ ସାମ୍ନାରେ ବିକ୍ଷୋଭ କରିବେ। ଓଡ଼ିଶାରୁ ୫ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସାହାୟିକା ଦିଲ୍ଲୀ ଯାଇ ଏହି ଧର୍ମଘାଟରେ ସାମିଲ ହେବେ। ଏନେଇ ଆଜି ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ଭୁବନେଶ୍ୱରରେ ଘୋଷଣା କରାଯାଇଛି ।

ଏହି ଅବସରରେ କେନ୍ଦ୍ର ମହିଳା ଶିଶୁଵିକାଶ ମନ୍ତ୍ରୀଙ୍କୁ ସଂଘ ଭେଟିବ।  ବିଶେଷ କରି ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା , ସର୍ବନିମ୍ନ ମାସିକ ୨୬ ହଜାର ଦରମା, ମାସିକ ୧୦ ହଜାର ପେନସନ, ଅଙ୍ଗନବାଡିରେ ପିଲାମାନେ ଖାଦ୍ୟ ଖାଉଥିବା SNF ଅର୍ଥ ବୃଦ୍ଧି କରିବା ସହ ସହ ୫ ଦଫା ଦାବି ନେଇ ସଂସଦ ଆଗରେ ଧାରଣା ଦିଆଯିବ ବୋଲି ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଙ୍ଘ କହିଛି ।