spot_img

Latest Posts

ଅଙ୍ଗନବାଡ଼ି କର୍ମୀଙ୍କ ଆତ୍ମହତ୍ୟା ପରେ ମେଡିକାଲ ପରିସରରେ ତୁମୁଳକାଣ୍ଡ

ବାଲେଶ୍ୱର: ଅଙ୍ଗନବାଡ଼ି କର୍ମୀଙ୍କ ଆତ୍ମହତ୍ୟା ପରେ ମେଡିକାଲ ପରିସରରେ ତୁମୁଳକାଣ୍ଡ। ହତ୍ୟା ଅଭିଯୋଗ ଆଣି ମୃତକଙ୍କ ସ୍ବାମୀକୁ ମାଡ଼ ମାରିଲେ ପରିବାର ଲୋକ। ବାଲେଶ୍ୱର ଜିଲ୍ଲା ଖନ୍ତାପଡା ହସ୍ପିଟାଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ  ମହାରାଜପୁର କୁଜଡ଼ିହ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ପ୍ରଜ୍ଞାପରମିତା ଦାସ।

ମହାରାଜପୁରା ଗାଁର ବିସ୍ମିତ ଦାସ ୧୦ ବର୍ଷ ତଳେ ଚିତପଦା ଗାଁର ପ୍ରଜ୍ଞାପରମିତାଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ଠିକ ଠାକ ଚାଲିଥିବା ବେଳେ ବିସ୍ମିତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ପ୍ରଜ୍ଞାପରମିତା ବାପାଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

ଆଜି ପ୍ରଜ୍ଞାପରମିତା ଅଙ୍ଗନବାଡି କେନ୍ଦ୍ର କୋଠରୀରେ ଦୌଡ଼ି ଲଗାଇ ଆତ୍ମାହତ୍ୟା କରିଛନ୍ତି। ତାଙ୍କ ମୃତଦେହକୁ ଖନ୍ତାପଡା ମେଡିକାଲକୁ ଆଣିଥିଲେ ଗ୍ରାମାବାସୀ। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ପରିବାର ଲୋକେ ସ୍ୱାମୀ ବିସ୍ମିତକୁ ମାରପିଟ କରିଛନ୍ତି।  ପୋଲିସ ପହଁଚି ବିସ୍ମିତ ଓ ତାଙ୍କ ମାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss