spot_img

Latest Posts

ଦେଢ଼ ବର୍ଷ ଧରି ବନ୍ଦ ଥିଲା, ରାତି ଅଧରେ ଲଗାଇଦେଲେ ନିଆଁ

ନୀଳଗିରି: ନୀଳଗିରିରେ ଅଭାବନୀୟ ଘଟଣା । ନୀଳଗିରିର ଧୋବଶିଳା  ପଂଚାୟତ ଅଧିନସ୍ଥ ୧୧ ନମ୍ବର  ୱାର୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଙ୍ଗନବାଡ଼ି କେନ୍ଦ୍ର ବିବାଦରେ ଥିବାବେଳେ ଦୀର୍ଘ ଦେଢ଼ ବର୍ଷ ଧରି ଏହା ବନ୍ଦ ରହିଥିଲା।

ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିବା ପରେ କର୍ମୀ ଓ ଗ୍ରାମବାସୀ ସେଠାରେ ଦୁଇଟି ପୃଥକ ପୃଥକ୍ ତାଲା ଝୁଲାଇଥିଲେ । ଆଜି ସକାଳେ ଗ୍ରାମବାସୀ, କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଦେଖିବା ପରେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା। ତେବେ ଆକ୍ରୋଶ କାରଣରୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଏ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ')}

Latest Posts

Don't Miss