ଟିକା ଦେବା ପାଇଁ ଭରା ନଦୀ ପାର୍ ହେଲେ ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟକର୍ମୀ

Anganwadi And Health Worker Crossed River For Vaccination (2)

ଜୟପୁର: ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା ଓ କର୍ତ୍ତବ୍ୟନିଷ୍ଠା । ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଯାତ୍ରା କଲେ ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନଦୀରେ ପଶି ଗଲେ ୩ ମହିଳା ସ୍ୱାସ୍ଥ୍ୟକର୍ମୀ । ମୁଣ୍ଡାଗୁଡ଼ାର ଅଟଲଗୁଡ଼ା ନଦୀ ଆରପାରିରେ ରହିଛି କାଙ୍ଗୁଗୁଡ଼ା ଓ ଝାଲିଆଗୁଡ଼ା ଗାଁ । ଗାଁରେ ଶହେରୁ ଊର୍ଦ୍ଧ୍ୱ ପରିବାରର ୬୦୦ରୁ ଊର୍ଦ୍ଧ୍ୱ ଲୋକ ରୁହନ୍ତି ।

Anganwadi And Health Worker Crossed River For Vaccination (2)

ଜୀବନକୁ ବାଜି ଲଗାଇ ପ୍ରତିଦିନ ନଦୀ ପାର ହୋଇ ଯାତାୟତ କରନ୍ତି ଆବାଳ ବୃଦ୍ଧବନିତା । ଖରାଦିନେ ନଦୀରେ ଆଣ୍ଠୁଏ ପାଣି, ବର୍ଷା ଦିନେ କିନ୍ତୁ ଗାଁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡ଼ିଥାଏ । ଏଭଳି ପରିସ୍ଥିତିରେ ପ୍ରଖରସ୍ରୋତା ପାଣି ଡେଇଁ ଟିକା ନେବାକୁ ଯାଇ ପାରିନଥିଲେ ଗ୍ରାମବାସୀ । ବାଧ୍ୟହୋଇ ସେବାକୁ ପ୍ରାଧାନ୍ୟ ଦେଇ ଜୀବନକୁ ପାଣି ଛଡ଼ାଇ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇଛନ୍ତି ଦୁଇ ଅଙ୍ଗନୱାଡି କର୍ମୀ ସୁଧାମଣି ମାଣ୍ଡି, ପାର୍ବତୀ ହରିଜନ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସୁଲୋଚନା ନାୟକ ।

Anganwadi And Health Worker Crossed River For Vaccination (2)

ଅଙ୍ଗନୱାଡି କର୍ମୀଙ୍କ ଏପରି ସାହସିକତା ଓ ପରୋପକାରୀତାକୁ ଦେଖି ଗାଁର କିଛି ପୁରୁଷ ହାତ ଧରି ନଦୀ ପାର କରିବାରେ ସାହାଯ୍ୟ କରିଥିଲେ । ନଦୀ ପାର ହୋଇ ତିନି ଗାଁର ଲୋକଙ୍କୁ କରୋନା ଟିକା ଦେଇ ଏହି ମହିଳା କର୍ମଚାରୀ ଫେରିଛନ୍ତି । ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ଏହି ସେବା ମନୋବୃତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply