ନୂଆ ସ୍ପାଇଡର-ମ୍ୟାନକୁ ଦେଖିବାକୁ ଥିଏଟରକୁ ଗଲେ ଦୁଇ ପୁରୁଣା ସ୍ପାଇଡର-ମ୍ୟାନ୍, ତା’ପରେ ଯାହା ହେଲା ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ୨୦୨୧ ମସିହାରେ ରିଲିଜ୍ ହୋଇଥିବା ସବୁଠାରୁ ସଫଳ ଫିଲ୍ମ ମଧ୍ୟରୁ ଅନ୍ୟତମ ’ସ୍ପାଇଡର-ମ୍ୟାନ: ନୋ ଓ୍ୱେ ହୋମ୍ । ଏହି ଫିଲ୍ମର ରୋଜଗାର ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାରତରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଛି । ଏମିତି କି ଏହି ଫିଲ୍ମ ଆଗରେ ବଲିଉଡ ଫିଲ୍ମ ମଧ୍ୟ ପଛରେ ପଡିଯାଇଛି । ଏହି ଫିଲ୍ମରେ ସ୍ପାଇଡର୍-ମ୍ୟାନ୍ ଭୂମିକାରେ ଅଭିନୟ କରୁଥିବା ଟମ୍ ହୋଲାଣ୍ଡଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି ।

ଟମ୍ ହୋଲାଣ୍ଡଙ୍କ ପୂର୍ବରୁ ସ୍ପାଇଡର୍-ମ୍ୟାନ ଚରିତ୍ରରେ ଆଣ୍ଡ୍ରିୟୁ ଗାରଫିଲ୍ଡ ଏବଂ ଟୋବି ମ୍ୟାକଗୁଏର୍ ଅଭିନୟ କରିଥିଲେ । ଏହି ଦୁଇ କଳାକାରଙ୍କୁ ମଧ୍ୟ ଦର୍ଶକ ଢ଼େର ଭଲ ପାଇବା ଦେଇଥିଲେ । ଟମ୍ ହୋଲାଣ୍ଡଙ୍କ ସ୍ପାଇଡର-ମ୍ୟାନ: ନୋ ଓ୍ୱେ ହୋମ ଦେଖିବାକୁ ଏହି ଦୁଇ କଳାକାର ମଧ୍ୟ କାହାକୁ ନ ଜଣାଇ ଲୁଚି କରି ଥିଏଟରକୁ ଯାଇଥିଲେ । କିନ୍ତୁ ଥିଏଟରରେ ଦୁହେଁ ଭିଡ଼ ମଧ୍ୟରେ ଫସି ଯାଇଥିଲେ |

ଆଣ୍ଡ୍ରିୟୁ କହିଛନ୍ତି, ‘ମୁଁ ବିଶ୍ୱାସ କରି ପାରୁନାହିଁ କି ଏହି ଫିଲ୍ମ ଏପରି ହୋଇଛି । ମୁଁ ଥିଏଟରର ଓପନିଂ ନାଇଟରେ ଫସି ଯାଇଥିଲି । ମୁଁ ମୋର ବେସବଲ୍ କ୍ୟାପ୍ ଏବଂ ମାସ୍କ ପିନ୍ଧି ଭିତରକୁ ଯାଇଥିଲି । ସେହି ସମୟରେ ଟୋବି ମ୍ୟାକଗୁଏର୍ ମଧ୍ୟ ମୋ ସହି ଥିଲେ ଏବଂ ସେ ମଧ୍ୟ ଲୁଚି କରି ସେଠାକୁ ଯାଇଥିଲେ । ଆମେ ସେଠାରେ ଥିବାର କେହି ବି ଜାଣି ନଥିଲେ । ଆମେ ଦୁହେଁ ସେଠାରେ ବହୁତ ମଜା କରିଥିଲୁ ବୋଲି ଆଣ୍ଡ୍ରିୟୁ କହିଛନ୍ତି । ସୂଚନା ଅନୁସାରେ ବ୍ୟବସାୟ ଦୃଷ୍ଟିରୁ ବର୍ତ୍ତମାନ ମାର୍ଭେଲ ସିନେମାଟିକ୍ ୟୁନିଭର୍ସ ଫିଲ୍ମ ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ହିଁ କେବଳ ‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ଠାରୁ ଆଗରେ ରହିଛି ।

Leave a Reply