ବାଇକ ଟାଙ୍କୀ ଉପରେ ପ୍ରେମିକାକୁ ବସାଇ ଯୁବକ ଦେଖାଇଲେ ରୋମାଣ୍ଟିକ ଷ୍ଟଣ୍ଟ,ଗଲେ ଜେଲ…

ଆନ୍ଧ୍ରପ୍ରଦେଶ : ପ୍ରେମ ଲୋକଙ୍କୁ ବାଟ ଦେଖାଏ, ନା ବାଟ ବଣା କରାଏ ..ଏକଥା ଆମେ କହୁନୁ ,ଏମିତି ଏକ ପ୍ରେମୀଯୁଗଳଙ୍କ ଭାଇରାଲ ଭିଡିଓ ହିଁ ବୟାନ କରୁଛି ଏସବୁ । ପ୍ରେମରେ ପଡିଥିବା ଏହି ଯୁଗଳଙ୍କୁ ଦେଖନ୍ତୁ ଭୁଲି ଗଲେ ସବୁ ନିୟମ । ପ୍ରେମୀ ଯୁଗଳଙ୍କ ଏମିତି ରୋମାଣ୍ଟିକ ଷ୍ଟଣ୍ଟକୁ ଦେଖିଲେ ମୁଣ୍ଡରେ ହାତ ଦେବେ ।
ଆଜିର କପଲ ପ୍ରେମ ପାଇଁ କିଛି ବି କାମ କରିବାକୁ ପଛାଉ ନାହାନ୍ତି । ଏଇ ଯେମିତି ଏହି କପଲଙ୍କର ବାଇକ ରାଇଡର ଅଜବ ଅନ୍ଦାଜକୁ ଦେଖନ୍ତୁ । ସୋସିଆଲ ମିଡିଆରେ ଏହି ପ୍ରେମୀଯୁଗଳଙ୍କର ଏଭଳି ଏକ ରୋମାଣ୍ଟିକ ବାଇକ ରାଇଡର ଭିଡିଓ ଏବେ ଭାଇରାଲ ହେଉଛି ।
ସାଧାରଣରେ ସବୁ ପ୍ରେମୀ ନିଜ ପ୍ରେମିକାଙ୍କୁ ବାଇକ ପଛରେ ବସାଇ ରୋମାଣ୍ଟିକ ରାଇଡରେ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏଠି ତ କଥା କିଛି ଅଲଗା ଅଛି । ଦେଖି ପାରିବେ, ବାବୁ ଜଣଙ୍କ ଏଠାରେ ନିଜ ପ୍ରେମିକାଙ୍କୁ ପଛରେ ନୁହେଁ ପୁଣି ବାଇକ ଆଗରେ ବସାଇ ବୁଲାଉଛନ୍ତି । ଭିଡିଓରେ ଯୁବକ ଜଣଙ୍କ ବାଇକ ଚଳାଉଥିବାବେଳେ ଯୁବତୀ ଜଣଙ୍କ ବାଇକର ଟାଙ୍କି ଉପରେ ବସିଛନ୍ତି । ପ୍ରେମିକ ଜଣଙ୍କ ବେଶ ରୋମାଣ୍ଟିକ ଅନ୍ଦାଜରେ ନିଜ ପ୍ରେମିକାକୁ ବାଇକ ଟାଙ୍କିରେ ବସାଇ ବୁଲାଉଛନ୍ତି ଆହୁରି ପୁଣି ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବା ଭଙ୍ଗୀରେ ବସି ମଜା ନେଇ ଏପରି କାରନାମା କରୁଥିଲେ । ସୁଦୂର ଆନ୍ଧପ୍ରଦେଶରଠାରେ ଏହି ପ୍ରେମୀଯୁଗଳଙ୍କର ଏହି ରୋମାଣ୍ଟିକ ବାଇକ ଷ୍ଟଣ୍ଟର ଦୃଶ୍ୟ ଦେଖିବାକୁ ମିଳିଛି । ବାବୁଙ୍କର ଏହି ରାଇଡିଂର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜିର ଯୁବପିଢୀ ପ୍ରେମ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଅଜବ ଗଜବ ଅନ୍ଦାଜରେ ନିଜ ପ୍ରେମକୁ ପ୍ରମାଣ କରିବାକୁ ଲାଗି ପଡିଥାନ୍ତି । ଆନ୍ଧ୍ରପ୍ରଦେଶର ଏହି ରୋମାଣ୍ଟିକ କପଲଙ୍କର ଏହି ବାଇକ ରାଇଡିଂର ଦୃଶ୍ୟକୁ ରାସ୍ତାରେ ଯାଉଥିବା ଜଣେ କାର ଚାଳକ ନିଜ ମୋବାଇଲରେ କଏଦ କରିଛନ୍ତି । ଉଭୟଙ୍କର ଏହି ବାଇକରେ ଏଭଳି ପ୍ରକାରେ ଆଲିଙ୍ଗନ କରି ବସି ଯାଉଥିବାର ଦୃଶ୍ୟଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାଇକ ଟାଙ୍କି ଉପରେ ବସି ଯୁବତୀ ଜଣଙ୍କ ପ୍ରେମିକକୁ ଆଲିଙ୍ଗନ କରୁଥିବାର ଭାଇରାଲ ଭିଡିଓ ଦେଖି ଆନ୍ଧ୍ରା ପୋଲିସ ଏହା ଉପରେ ନିଜର ଆକ୍ସନ ନେଇଛନ୍ତି । ଏଭଳି ଧରଣର ବାଇକ ରାଇଡିଂ ଉପରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ସୂଚନା ଅନୁସାରେ ପୋଲିସ ଉଭୟଙ୍କୁ ଥାନାକୁ ଡାକି ଯୁବକଙ୍କ ବାଇକକୁ ଜବତ କରିଛି ଏହା ସହିତ ପ୍ରେମୀ ଯୁଗଳଙ୍କ ପିତାମାତାଙ୍କୁ ପୋଲିସ ଷ୍ଟେସନ ଡାକି ଏହି ମାମଲା ସଂପର୍କରେ ଅବଗତ କରାଇଥିବା ଜଣାପଡିଛି । ଏପରି କିଛି କାରନାମା ଦେଖାଇବା ପୂର୍ବରୁ ବାଇକ ରାଇଡିଂର ନିୟମକୁ ଉଲଂଘନ ନ କରି ପାଳନ କରିବାକୁ ପୋଲିସ ଯୁବକ ଜଣଙ୍କୁ କଡା ନିର୍ଦ୍ଦେଶ ଦେଇଛି ।