ଆନ୍ଧ୍ରପ୍ରଦେଶରେ ଅଜଣା ରୋଗର ଆତଙ୍କ: ୨୦୦ରୁ ଅଧିକ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅଜଣା ରୋଗ ଆତଙ୍କ । ୨୨୮ରୁ ଅଧିକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ରୋଗ କେଉଁଠୁ ବ୍ୟାପିଲା ସେ ସଂପର୍କରେ ଜଣାପଡିନି । ରୋଗୀମାନେ ହଠାତ ଦୁର୍ବଳ ଅନୁଭବ କରିବା ସହ ଦେହରେ ବିଭିନ୍ନ ପ୍ରକାର ଚିହ୍ନ ଦେଖିବାକୁ ମିଳୁଛି ।

କୁହାଯାଉଛି, ଦୂଷିତ ପାଣି ପିଇବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୪୬ଜଣ ଶିଶୁ ଅଛନ୍ତି । ଚିକିତ୍ସା ପରେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରୋଗୀ ବ୍ୟବହାର କରୁଥିବା ପାଣିକୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲେ କିଛି ଜଣାପଡ଼ିବ ବୋଲି ଆଶା କରାଯାଉଛି। ତେବେ ପୀଡିତଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି ।

ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନମୋହନ ରେଡ୍ଡି ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛନ୍ତି । ସମସ୍ତ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply