ସାଂସଦଙ୍କ ପରିବାରର ୬ ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଏବେ କରୋନା ଜାଲରେ ଫସିଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ପରିବାର । କୁରନୁଲର ସାଂସଦ ଡ. ସଞ୍ଜିବ କୁମାରଙ୍କ ପରିବାରର ୬ ଜଣ ସଦସ୍ୟଙ୍କ ରିପୋର୍ଟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଓ୍ୱାଇଏସ୍‌ଆର୍ କଂଗ୍ରେସର ସାଂସଦ ହେଉଛନ୍ତି ଡ. ସଞ୍ଜିବ କୁମାର ।

MP Sanjaya Kumar

ସୂଚନା ଅନୁଯାୟୀ ସାଂସଦଙ୍କ ପିତା ଓ ଭାଇଙ୍କ ସମେତ ପରିବାରର ଅନ୍ୟ ଚାରି ଜଣ ମଧ୍ୟ କରୋନା ପଜିଟିଭ୍ ବୋଲି ରବିବାର ରିପୋର୍ଟରୁ ଜଣାପଡ଼ିଛି । ଏବେ ସେମାନଙ୍କୁ କୁରନୁଲର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସାଂସଦଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର ବୋଲି ସୂଚନା ମିଳିଛି । ଅନ୍ୟପଟେ ଆନ୍ଧ୍ରପ୍ରଦେଶ ରାଜଭବନର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଥିବା ରବିବାର ରିପୋର୍ଟରୁ ଜଣାପଡ଼ିଥିବା ବେଳେ ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ସୁସ୍ଥ ଅଛନ୍ତି ।

ତେବେ ଗତ ୨୫ ଏପ୍ରିଲ୍ ସୁଦ୍ଧା ଆନ୍ଧ୍ର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ରହିଥିଲା । ଏବେ ଏହା ୧୦୯୭ରେ ପହଞ୍ଚିଛି । ଏହା ସହ ଆନ୍ଧ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲାଣି । ଗତ ଶନିବାର ଅପରାହ୍ନ ୧୨ଟାରୁ ରବିବାର ଅପରାହ୍ନ ୧୨ଟା ମଧ୍ୟରେ ରାଜ୍ୟରେ ୮୧ ନୂଆ ମାମଲା ଦେଖାଯାଇଛି ।

Leave a Reply