କୋଟିଆ ହାତେଇବାକୁ ଆନ୍ଧ୍ର ଆପଣେଇଛି ନୂଆ ତରିକା: ଟଙ୍କା ବାଣ୍ଟି ଲୋକଙ୍କ ସମର୍ଥନ ନେବାକୁ ପ୍ରୟାସ

କୋଟିଆ: ବୁଝୁନି ବିସ୍ତାରବାଦୀ ଆନ୍ଧ୍ରର ମନ । କୋଟିଆକୁ ନିଜର କରିବାକୁ ପ୍ରାଣପ୍ରଣେ ଜାରି ରଖିଛି ଉଦ୍ୟମ । କଳେବଳେ କୌଶଳେ ଯେପରି ଉପାୟରେ ମଧ୍ୟ ଓଡ଼ିଶା ମାଟିରେ ସ୍ଥିତି ଜାହିର କରିବାକୁ ଚେଷ୍ଟା ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ବାରମ୍ବାର ବିଫଳ ହେବା ପରେ ଏବେ ନୂଆ ଚାଲ୍ ଆରମ୍ଭ କରିଛି ଆନ୍ଧ୍ର । ଟଙ୍କା ବାଣ୍ଟି ଲୋକଙ୍କ ସମର୍ଥନ ନେବାକୁ ପ୍ରୟାସ । କୋଟିଆ ଦାୟିତ୍ୱରେ ଥିବା ପୋଲିସ ସିଆଇ ଫଗୁଣସିନେରୀ ଗାଁରେ ଜଣେ ବୃଦ୍ଧାଙ୍କୁ ଟଙ୍କା ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଏପରି କରି ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଳାଇଛି ଆନ୍ଧ୍ର । ଗ୍ରାମର କିଛି ଯୁବକଙ୍କୁ ମାସିକ ପାରିଶ୍ରମିକ ଦେଇ ଏଜେଣ୍ଟ କରାଯାଇଛି । ସେମାନଙ୍କ ଜରିଆରେ ଓଡ଼ିଶା ପ୍ରଶାସନର ଗତିବିଧି ସମ୍ପର୍କରେ ଆନ୍ଧ୍ର ଖବର ରଖୁଛି । ଏହାଭିତରେ ଆନ୍ଧ୍ର ପୋଲିସ ଅଧିକାରୀ କୋଟିଆର ଫଗୁଣସେନେରୀ, କୋନାଦୋରା,ସଲପଗୁଡା ଗାଁକୁ ଗସ୍ତ କରିଛନ୍ତି ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି । ସେ ଗରିବ ଓ ବୟସ୍କ ଲୋକଙ୍କୁ ଦେଖି ଟଙ୍କା ବାଣ୍ଟୁଛନ୍ତି । ଆନ୍ଧ୍ରର ଏପରି ଦଲାଲଗିରି ଉପରେ କଡ଼ା ନଜର ରଖିଛି ଜିଲ୍ଲା ପ୍ରଶାସନ । ଆନ୍ଧ୍ରର ଚାଲ୍‌କୁ ବିଫଳ କରାଯିବା ସହିତ କଡା ଜବାବ୍ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମନୀଷ ଦାସ ମୃତ୍ୟୁ ମାମଲା, ହୋଟଲକୁ ଲିଜ୍‌ରେ ନେଇ ଚଲାଉଥିବା କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

Leave a Reply