ନିର୍ବାଚନ ଆଳରେ ମାଡ଼ି ଆସୁଛି ଆନ୍ଧ୍ର, ଗାଁ ନାଁ ବଦଳାଇ ବାଣ୍ଟୁଛି ରାସନ କାର୍ଡ

1 min read
Andhra Pradesh Distributing Ration Cards To Border Area People Of Odisha

କୋରାପୁଟ: ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର । କେବଳ କୋଟିଆ ନୁହଁ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଅନ୍ୟ ଗାଁ ଉପରେ ରହିଛି ଆନ୍ଧ୍ର ପ୍ରଦେଶର ଆଖି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଲଙ୍ଗଳବେଡ଼ା ପଞ୍ଚାୟତରେ ଲୋକଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ରପ୍ରଦେଶ । ସୀମାନ୍ତ ପଞ୍ଚାୟତର ୫ ଗାଁର ଲୋକଙ୍କୁ ନିଜ ଆଡ଼କ ଟାଣିବା ଲାଗି ଉଦ୍ୟମ କରୁଛି ।

Andhra Pradesh Distributing Ration Cards To Border Area People Of Odisha

ଆନ୍ଧ୍ର ପକ୍ଷରୁ ନାରାୟଣପାଟଣା ବ୍ଲକର ପେଦାଖେମୁଣ୍ଡୁ ଭଦ୍ରା, ତାଡିଙ୍ଗିବାଲସା, ଦେଲାଇପେଟା, ଡେପିବାଲସା, ଚିନାଖେମୁଣ୍ଡୁଭଦ୍ରାକୁ ପଞ୍ଚାୟତ ନିର୍ବାଚନରେ ସାମିଲ୍ ପାଇଁ କରାଯାଇଛି । ଏହି ଗାଁର ବାସିନ୍ଦାଙ୍କ ଭୋଟର କାର୍ଡ ଓଡ଼ିଶାରେ ଥିବା ବେଳେ ଆନ୍ଧ୍ର ପକ୍ଷରୁ ଆଧାର କାର୍ଡ, ରାସନ କାର୍ଡ ସବୁ ଦିଆଯାଇଛି । ସେହିଭଳି ସୀମାନ୍ତ ଗ୍ରାମବାସୀମାନଙ୍କୁ ମେଡିକାଲ ସୁବିଧା ଦେଇ ଆନ୍ଧ୍ର ତା’ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଁଛି । ସ୍ଥାନୀୟ ଲୋକ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭୋଟ ଦେଉଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରରେ ଭୋଟ୍ ଦେଉଥିବା କହିଛନ୍ତି । ଏପରିକି ଆନ୍ଧ୍ରପ୍ରଦେଶ ଗାଁ ଗୁଡ଼ିକର ନାମ ପରବର୍ତ୍ତନ କରିଛି ।

Andhra Pradesh Distributing Ration Cards To Border Area People Of Odisha

ତେବେ, ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନାହିଁ । ନାରାୟଣପାଟଣ ତହସିଲଦାର ସେମିତି ସୂଚନା ନଥିବା କହିଛନ୍ତି । ଅନ୍ୟପଟେ ଆଗାମୀ ୧୩ ତାରିଖରେ ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନରେ ଲୋକେ ଡକସିଲା ପଞ୍ଚାୟତରେ ଭୋଟ୍ ଦେବେ ବୋଲି କହିଛନ୍ତି ।

Andhra Pradesh Distributing Ration Cards To Border Area People Of Odisha

ଅନ୍ୟପଟେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଭାବେ ନାମାଙ୍କନ କରିଥିବା ଗଜପତି ଜିଲ୍ଲାର ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା, ବୁରୁସିଙ୍ଗା, ଅମରିଙ୍ଗି, ଗୁଡ଼ିକୁଡ଼ିର କିଛି ଲୋକ ଆନ୍ଧ୍ରର ମନ୍ଦସା ମଣ୍ଡଳ ସାବା ପଞ୍ଚାୟତର ୫ ନମ୍ବର ଭୋଟ୍ ଦେଇଥାନ୍ତେ । ଏଥିପାଇଁ ୱାର୍ଡ ପ୍ରାର୍ଥୀଭାବେ ନାମାଙ୍କନ କରିଥିବା ମାଣିକପାଟଣା ଗାଁର ମହିଳା ପ୍ରଶାସନର ହସ୍ତକ୍ଷେପ ପରେ ପାର୍ଥୀପତ୍ର ଫେରାଇ ନେଇଛନ୍ତି ।

Leave a Reply