spot_img

Latest Posts

ଆନ୍ଧ୍ରର ନୂଆ ଚକ୍ରାନ୍ତ: ପଟାଙ୍ଗୀରେ ଜମି ମାଡ଼ି ବସିବାକୁ ଉଦ୍ୟମ

ଜୟପୁର: ଚରମ ସୀମାରେ ଆନ୍ଧ୍ରର ଦାଦାଗିରି । କୋଟିଆ ଚାଲ୍ ଫେଲ୍‌ ମାରିବା ପରେ ଏବେ ପଟାଙ୍ଗିରେ ଜଙ୍ଗଲ ଜମି ମାଡ଼ି ବସିବାକୁ ଚକ୍ରାନ୍ତ କରୁଛି ଆନ୍ଧ୍ର । ବିବାଦ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଜ ସୀମା ଚିହ୍ନଟ କରିଥିଲେ । ଆଉ ଏବେ ବିବାଦ ଭିତରେ ଆନ୍ଧ୍ର ନେତା ନିଜ ପାରିବାପଣିଆ ଦେଖାଇଲେଣି । ଆନ୍ଧ୍ରପ୍ରଦେଶର ଜନପ୍ରତିନିଧି ରାଲି କରିବା ସହ ଓଡ଼ିଶା ବିରୋଧରେ ନାରାବାଜି କରିଛନ୍ତି । ପଟାଙ୍ଗୀ ବ୍ଲକ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁ ଭିତରକୁ ପ୍ରାୟ ଅଢେଇ ଶହ ମିଟର ପଶି ଆସିଛନ୍ତି ଆନ୍ଧ୍ର ବାସିନ୍ଦା । ବିଶାଖପାଟଣା ଡେକାପାରୁ ଓ କଲାପୁଟ ଗାଁର କିଛି ପରିବାର ଜୋର ଜବରଦସ୍ତ ସୁନାବେଡା ଅଞ୍ଚଳର ଜଙ୍ଗଲ ଜମିକୁ ମାଡ଼ିବସି ଚାଷ କରିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଦୁଇ ସୀମାନ୍ତ ଗାଁ ମଧ୍ୟରେ ବିବାଦ ଦେଖାଦେଇଛି।  ବିବାଦ ହେବାରୁ କୋରାପୁଟ ଉପଜିଲ୍ଲାପାଳ ଓ ପଟାଙ୍ଗୀ ବିଧାୟକଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଆନ୍ଧ୍ର ଲୋକ ପୋତିଥିବା ସୂଚନା ଫଳକ ଭାଙ୍ଗିଥିଲେ। ତେବେ ପୁଣି ନିଜେ ଚିହ୍ନଟ କରିଥିବା ସ୍ଥାନରେ ପଥର ରଖି ରାସ୍ତା ଅବରୋଧ କରିଛନ୍ତି ଆନ୍ଧ୍ର ବାସିନ୍ଦା। ରାସ୍ତା ଅବରୋଧକୁ ହଟାଇବାକୁ ସମ୍ବାଇ ପଞ୍ଚାୟତ ସରପଞ୍ଚ ସେଠାରେ ପହଁଚିଥିଲେ। ତାଙ୍କୁ ଧମକଚମକ ଦେଇ ସେଠାରୁ ଫେରାଇ ଦେଇଥିଲେ ଆନ୍ଧ୍ର ଲୋକ । ସେପଟେ ସୀମାରେ ଆନ୍ଧ୍ରର ଏଭଳି ଦାଦାଗିରିକୁ ନିନ୍ଦା କରିଛନ୍ତି କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ । ଆଗକୁ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବା ସହିତ ଓଡିଶାର ଇଞ୍ଚେ ବି ଜମି ଆନ୍ଧ୍ର ନେଇପାରିବ ନାହିଁ ବୋଲି କହିଛନ୍ତି  ।

Latest Posts

Don't Miss