ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ଚାଲିଛି ଆଲୋଚନା, ବାହାରିବ କି ସମାଧାନର ବାଟ ?

ଭୁବନେଶ୍ୱର: ଆନ୍ଧ୍ର ଓଡିଶା ସୀମା ବିବାଦ ମାମଲା । ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ସୀମାରେ ପହଞ୍ଚିଛନ୍ତି କୋରାପୁଟ ଓ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ସୁନାବେଡା ଓ ଜାମୁଗୁଡା ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ ପହଞ୍ଚିଛନ୍ତି କୋରାପୁଟ ଜିଲ୍ଲା ପାଳ ଓ ବିଶାଖାପାଟଣା ଉପଜିଲ୍ଲାପାଳ । ଉଭୟଙ୍କ ଉପସ୍ଥିତିରେ ଦୁଇ ପକ୍ଷଙ୍କୁ ନେଇ ଚାଲିଛି ଆଲୋଚନା ।

Assembly Speaker Will Seek Report On Andhra Odisha Border Dispute

ତେବେ ଏହି ଆଲୋଚନାରୁ କୌଣସି ସମାଧାନର ବାଟ ବାହାରିପାରେ ବୋଲି ଆଶା କରାଯାଉଛି । ଜମିବାଡ଼ିକୁ ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ସମ୍ବାଇ ପଞ୍ଚାୟତ ନିକଟରେ ଆନ୍ଧ୍ର ସହ ଲାଗିଛି ବିବାଦ । ଓଡ଼ିଶାର ଜାମୁଗୁଡା ଗାଁଲୋକ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଆନ୍ଧ୍ରର କିଛି ଲୋକ ଆକ୍ରମଣ ଉଦ୍ୟମ କରିଥିଲେ । ପୂର୍ବରୁ ସୁନାବେଡ଼ା ଗାଁରେ ଜମି ଅକ୍ତିଆର ପାଇଁ ଆନ୍ଧ୍ର ଲୋକ ଅପଚେଷ୍ଟା କରିଥିଲେ । ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ଜାମୁଗୁଡ଼ା ନିକଟରେ ପଥର ପକାଇ ଓ ଚୂନ ମାରି ସୀମା ଚିହ୍ନଟ କରାଯାଇଥିଲା । ଯାହାର ସମାଧାନ ପାଇଁ ଚାଲିଛି ପ୍ରୟାସ ।

Leave a Reply