ଅନନ୍ତନାଗରେ ପଞ୍ଚମ ଦିନରେ ଏନକାଉଣ୍ଟର ଜାରି

ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଜାରି ଏନକାଉଣ୍ଟର । ଆତଙ୍କବାଦୀଙ୍କ ପ୍ରତିଶୋଧ ନେଉଛି ଭାରତୀୟ ସେନା । ଶନିବାର ରାତିରେ ଅପରେସନ ବନ୍ଦ ରହିଥିବାବେଳେ ଜଣଙ୍କୁ ଏକକାଉଣ୍ଟର କରାଯାଇଛି । ଏବେ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରଥମଥର ପାଇଁ ହେରନ ମାର୍କ ୨ ଡ୍ରୋନରୁ ଗ୍ରେନେଡ ବର୍ଷିଛି । ଆତଙ୍କବାଦୀମାନେ ଭୟରେ ଛତ୍ରଭଙ୍ଗ ଦେଇଛନ୍ତି । ସେପଟେ ଆତଙ୍କବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ନିକଟରୁ ପାକିସ୍ତାନୀ ମୁଦ୍ରା ମଧ୍ୟ ମିଳିଛି । ଏପରିକି ଭାରତୀୟ ମୁଦ୍ରା ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଡ୍ରୋନ ଏବଂ ହେଲିକପ୍ଟର ମାଧ୍ୟମରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଗୁମ୍ଫା ମଧ୍ୟରେ ଲୁଚି ରହିଛନ୍ତି ।