କୁମାରପୁର୍ଣ୍ଣିମାରେ ବିଦ୍ୟୁତ୍ ସଂଯୋଗବେଳେ ଯୁବତୀଙ୍କ ମୃତ୍ୟୁ

ଆନନ୍ଦପୁର: କୁମାରପୁର୍ଣ୍ଣିମାରେ ଅଘଟଣ । ପୂଜା ପାଇଁ ବିଦ୍ୟୁତ୍ ସଂଯୋଗବେଳେ ଯୁବତୀଙ୍କ ମୃତ୍ୟୁ । ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁରେ ଅଘଟଣ । ମୃତ ଯୁବତୀ ହେଲେ ଶୈଳନ୍ଦ୍ର ଜେନାଙ୍କ ଝିଅ ରଶ୍ମିତା । ଗାଁରେ କୁମାରପୂର୍ଣ୍ଣିମା ପ୍ରସ୍ତୁତି ଚାଲିଥିବାବେଳେ ରଶ୍ମିତା ସାଉଣ୍ଡ ବକ୍ସ ବଜାଇବାକୁ ତାର ଲଗାଉଥିଲେ । ଅସାବଧାନତା ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆନନ୍ଦପୁର ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।