spot_img

Latest Posts

ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ଅଭିଯୋଗ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର  ବିଦ୍ୟାଧରପୁର ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ବାଲିବରେଇ ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ର ମଣ୍ଟୁ ଜେନାଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ପ୍ରମୋଦ ସାରଙ୍କ ମାଡ଼ରେ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ମାଆ ଅପର୍ଣ୍ଣା ଜେନା। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ସ୍କୁଲକୁ ପୁଅକୁ ପଠାଇଥିଲେ। ପୁଅକୁ ମାରପିଟ ନକରିବା, ଚାପ ନଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ପାଠ କରିନଥିବାରୁ ୨ ଦିନ ତଳେ ପ୍ରମୋଦ ସାର ମାଡ଼ ମାରିଥିଲେ । ଫଳରେ ଘରକୁ ଆସି ଅସୁସ୍ତ ହୋଇପଡିଥିଲା ପୁଅ। ତୁରନ୍ତ ତାକୁ  ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ପୁଅର ମୃତ୍ୟୁ ହୋଇଥିବାବେଳେ ପୋଷ୍ଟମର୍ଟମ ନ କରି ଛାଡ଼ି ଦେଇଥିଲେ ଡାକ୍ତର। ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ରୋଗ ପାଇଁ ଛାତ୍ରର ମୃତ୍ୟୁ ହୋଇଛି। ଦଣ୍ଡ ମୁକ୍ତ ଅଞ୍ଚଳରେ ଆମେ କୌଣସି ଛାତ୍ର ଛାତ୍ରୀଙ୍କୁ ଦଣ୍ଡ ଦେଉନୁ ବୋଲି କହିଛନ୍ତି।

Latest Posts

Don't Miss