spot_img

Latest Posts

କଲବଲ କରୁଛି ରାସ୍ତା, ଯେଉଁଠି ଦେଖ ବଡ ବଡ ଖାଲ ସହ କାଦୁଅ

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଛି ରାସ୍ତା। କିନ୍ତୁ ସେହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି ଆନନ୍ଦପୁର ହାଟଡିହି ଲୋକେ। ରାସ୍ତା ସାରା କେଉଁଠି ଖାଲ ତ କେଉଁଠି ଭର୍ତ୍ତି ହୋଇଛି କାଦୁଅ। ଅସୁରକ୍ଷିତ ରାସ୍ତା ଦେଇ ଯାଉଛନ୍ତି କଲେଜ ପିଲା। ଅଟୋ ଗଲେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଗାଡିକୁ ଠେଲିବାକୁ ପଡୁଛି। ଠିକାଦାରଙ୍କ ନିମ୍ନ ମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତା ସାରା ଯେଉଁଠି ଦେଖିବ ଖାଲି ଆଉ କାଦୁଅ ପଚପଚ୍। ବର୍ଷା ଦିନେ ଏହି ରାସ୍ତାଦେଇ ଯିବା ବିପଦକୁ ଆମନ୍ତ୍ରଣ କରିବା ସହ ସମାନ। ତଥାପି ବିପଦ ଅବସ୍ଥାରେ ରାସ୍ତାରେ ଯାତାୟାତ କରୁଛନ୍ତି କଲେଜ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ। ଚାରି ଚକିଆ ଗାଡିରେ ଯାତାୟାତ ତ ଦୂରର କଥା ଏଠି ଅଟୋ ଚଳାଇବା କଷ୍ଟ। ବଡ ବଡ ଖାଲ ଯୋଗୁଁ ଯାତ୍ରୀ ଓହ୍ଲାଇ ଅଟୋ ଠେଲିବାକୁ ପଡୁଛି। ବାଇକ ଚାଳକ ମଧ୍ଯ ଅନେକ ସମୟରେ ଅସୁବିଧାର ସାମ୍ନା କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକ୍ର ୮ଟି ପଞ୍ଚାୟତର ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି।

କୃଷି ଓ ଗ୍ରାମ୍ଯ ଉନ୍ନୟନ ଯୋଜନାରେ ନାବାର୍ଡର ଆର୍ଥିକ ସହାୟତାରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଏହି ରାସ୍ତା କାମ। ହେଲେ ଠିକା ସଂସ୍ଥା ଦ୍ବାରା ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଏପରି କଦର୍ଯ୍ୟ ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା କାମ ପୁଣି ଥରେ ଆରମ୍ଭ ହେବ ବୋଲି କହିଛନ୍ତି ଆନନ୍ଦପୁର ଆର ଆଣ୍ଡ ବି ବିଭାଗ ଅଧିକ୍ଷଣ ଯନ୍ତ୍ରୀ। ଯାହାକି ଲୋକଙ୍କ ମନରେ ରାସ୍ତାକୁ ନେଇଥିବା ନିରାଶା ମଧ୍ଯରେ ସାମାନ୍ଯ ଆଶା ସଂଞ୍ଚାର କରିଛି ।

Latest Posts

Don't Miss