spot_img

Latest Posts

୮୯ ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାରେ କ୍ରୀଡ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଢେର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମ କ୍ରମରେ ନିକଟରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୮୯ଟି ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ଷ୍ଟାଡିୟମ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ମିଳିବ । ନୂଆ ନୂଆ ଖେଳାଳୀ ତିଆରି କରିବାରେ ଏହି ଷ୍ଟାଡିୟମ ପ୍ରମ୍ମୁଖ ଭୂମିକା ନିର୍ବାହ କରିବ। ରାଜ୍ୟକୁ କ୍ରୀଡା ସୁପର ପାୱାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିକଟ ଅତିତରେ ଅନେକ ପଦକ୍ଷେପ ନେଇଛନ୍ତି । ସେହି ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ବହୁମୁଖୀ ଷ୍ଟାଡିୟମ ପ୍ରତିଷ୍ଠା।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଦେଶ ସାରା ପ୍ରଶଂସା କରାଯାଉଛି । ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଉଦାହରଣୀୟ ବୋଲି କହିଛନ୍ତି । ମାଇକ୍ରୋବ୍ଲଗ୍ ସାଇଟ୍ ଟ୍ୱିଟରରେ ସକ୍ରୀୟ ରହୁଥିବା ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ,ଭିତ୍ତିଭୂମିରେ ନିବେଶ ଉତ୍ପାଦକ ସମ୍ପତି ସୃଷ୍ଟି କରିଥାଏ ଓ ଏହାର ଅର୍ଥନୈତିକ ଗତିବିଧି ଉପରେ ବହୁମୁଖୀ ପ୍ରଭାବ ପଡିଥାଏ । ଭିତ୍ତିଭୂମି ଯାହା ବହୁମୁଖୀ ହୋଇଥାଏ ଓ ପ୍ରାକୃତିକ ତଥା ମେଡିକାଲ ସଂକଟ କାଳରେ ବ୍ୟବହାରଯୋଗ୍ୟ ତାହା ଚମତ୍କାର ନିବେଶ ହୋଇଥାଏ । ସେ ମଧ୍ୟ ବାକି ରାଜ୍ୟଙ୍କୁ ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ କରିଛନ୍ତି ।


ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୬୯୩ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଷ୍ଟାଡିୟମ ଗୁଡିକ ପ୍ରାକୃତିକ ଓ ମେଡିକାଲ ସଂକଟ କାଳରେ ଆଶ୍ରୟସ୍ଥଳୀ ଭାବେ ମଧ୍ୟ କାର୍ଯ୍ୟ କରିବ ।

Latest Posts

Don't Miss