ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା ମୁକାବିଲା ରଣନୀତି ଉପରେ ଆନନ୍ଦ ମହିନ୍ଦ୍ରାଙ୍କ ଭରସା
1 min readଭୁବନେଶ୍ୱର: ପୁଣି ଏକ ବାତ୍ୟାର ସମ୍ମୁଖୀନ ହୋଇଛି ଓଡ଼ିଶା । ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଏହାର ମୁକାବିଲା ନେଇ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ । ଫାଇଲିନ୍, ହୁଦ୍ହୁଦ, ତିତଲି, ଅମ୍ଫାନ, ଫୋନି ପରେ ଏବେ ୟାସ୍କୁ ସାମ୍ନା କରୁଛି ରାଜ୍ୟ । ଆଉ ଏହି ବାତ୍ୟା ମୁକାବିଲାର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘନ ଘନ ବୈଠକ ସାଙ୍ଗକୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରସ୍ତୁତି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ବାତ୍ୟା ମୁକାବିଲାର ନେଇ ପ୍ରସ୍ତୁତି ଓ ଯୋଜନାକୁ ପ୍ରଶଂସା କରିଛି ଆନନ୍ଦ ମହିନ୍ଦ୍ରା । ସେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କ ମୁକାବିଲା ରଣନୀତି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଅତି ସତର୍କତାର ସହ ବାତ୍ୟା ମୁକାବିଲା କରିଥିବା ବେଳେ ଚଳିତଥର ମଧ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ସଫଳ ହେବ । ୟାସ୍ ମୁକାବିଲାରେ ସମ୍ପୂର୍ଣ୍ଣ ଦେଶ ଆପଣଙ୍କ ସହିତ ଥିବା ସେ କହିଛନ୍ତି ।
The state of Odisha and @Naveen_Odisha have handled cyclones in the past with great alertness, preparedness and planning. May your efforts be successful this time too. The prayers and thoughts of the country are with you as Yaas approaches.. https://t.co/2jAMNGwX92
— anand mahindra (@anandmahindra) May 26, 2021