ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି: ବୋଟ୍ ଯୋଗାଇଦେବେ ଆନନ୍ଦ ମହିନ୍ଦ୍ରା

1 min read

 ଲାଘବ ହେବ ଦୁଃଖ । ଆଉ ଦେହରେ ବାନ୍ଧିବାକୁ ପଡ଼ିବନି ଲାଉତୁମ୍ବା । କି ଭରାନଦୀରେ ପାର ହେବାକୁ ଲାଗିବନି ଜୀବନ ବାଜି । କାରଣ ଜୀବନ-ମୃତ୍ୟୁ ବାଜିର ଖବର ପ୍ରସାରଣ ପରେ ଆସିଛି ସହାୟତାର ପ୍ରତିଶ୍ରୁତି । ମିଳିବ ଦୁଇ ଅଙ୍ଗନବାଡ଼ି କର୍ମୀ ଓ ସମାଜସେବୀଙ୍କ ପାଇଁ ବୋଟ୍ । ବୋଟ୍ ଯୋଗାଇ ଦେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଦୁଃଖ ବୁଝିଲେ ଆନନ୍ଦ । ଆଉ ଭାରାନଦୀ ପାର୍‌ ହେବାକୁ ପଡ଼ିବନି କଷ୍ଟ ।କି ଲୋକଙ୍କୁ ସେବା ଯୋଗାଇବାକୁ ହେଲେ ଲଗାଇବାକୁ ପଡ଼ିବନି ଜୀବନକୁ ବାଜି ।କାରଣ ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟଥିତ କରିଛି ମାଲକାନଗିରିର ୨ ଅଙ୍ଗନବାଡ଼ି କର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା  ।

ଆଉ ସେ ଏକ ବୋଟ ଯୋଗାଇ ଦେବାକୁ କରିଛନ୍ତି ମନସ୍ଥ । ସ୍ୱାଭିମାନ ଅଞ୍ଚଳର ରାଲେଗଡା ପଞ୍ଚାୟତର ୨ ମହିଳା ଅଙ୍ଗନବାଡି କର୍ମୀ, ପ୍ରମିଳା ଓ ହେମଲତା  ସବୁଦିନ ବିପଦପୂର୍ଣ୍ଣ ଭାବେ ଲାଉତୁମ୍ବା ବାନ୍ଦି ସାପୁଆନଦୀ ପାର୍‌ ହୋଇ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି  । ଏବଂ ଲୋକଙ୍କ ଭଲ-ମନ୍ଦ ବୁଝିବା ସହ ପୁଣି ଲାଉତୁମ୍ବାର ସାହାଯ୍ୟ ନେଇ ଘରକୁ ଫେରିଥାନ୍ତି  । ଯାହାକୁ ନେଇ ଖବର ପ୍ରସାରଣ ପରେ ଦେଶର ବଡ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ସାହାଯ୍ୟ ପାଇଁ ହାତ ବଢ଼ାଇଥିବା ଦେଖିବାକୁ ମିଳିଛି  । ତେବେ ଆନନ୍ଦଙ୍କର ଏହି ସାହାଯ୍ୟର ପ୍ରତିଶ୍ରୁତି ଅଞ୍ଚଳବାସୀଙ୍କ ମନରେ ହସଫୁଟାଇଥିବା ବେଳେ, ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି  ।

Leave a Reply