ଜଷ୍ଟିନ ଟ୍ରୁଡୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଝଟକା, କାନାଡାରେ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ବୃଦ୍ଧି ଟେନସନର ପ୍ରଭାବ ବାଣିଜ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଉଭୟ ଦେଶ ମଧ୍ୟରେ ବୃଦ୍ଧି ଉତ୍ତେଜନା ମଧ୍ୟରେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା କାନାଡାକୁ ଝଟକା ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡାରୁ ନିଜ ବ୍ୟବସାୟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସବସିଡିଆରୀ କମ୍ପାନୀ ରେସନ ଏୟରୋସ୍ପେସ କରପୋରେସନ କାନାଡାରୁ ନିଜ ସଞ୍ଚାଳନ ବନ୍ଦ କରିବା ନେଇ ଘୋଷଣା କରିଛି । ପ୍ରାଶଯୋଗ୍ୟ, ରେସନ ଏୟରୋସ୍ପେଶ କରପୋରେସନରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ୧୧.୧୮ ପ୍ରତିଶତ ସେୟାର ଅଛି ।

କମ୍ପାନୀ କାନାଡାରେ ସଞ୍ଚାଳନକୁ ବନ୍ଦ କରିବା ନେଇ ଘୋଷଣା କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେବେ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ବଢ଼ିବାରେ ଲାଗିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ସେୟାର ବଜାରକୁ ଏହାର ସୂଚନା ଦିଆଯାଇଛି । କମ୍ପାନୀ କହିଛି ଯେ ୨୦ ସେପ୍ଟେମ୍ବରରୁ ରେସନ ଏୟରୋସ୍ପେସ କର୍ପୋରେସନ, କାନାଡାରେ ନିଜ ବ୍ୟବସାୟ ବନ୍ଦ କରିବାକୁ ଯାଉଛି । ଏହାର ମଞ୍ଜୁରୀ ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ମିଳିଯାଇଛି । କମ୍ପାନୀକୁ ଏହାର ସୂଚନା ଦେଇ ଦିଆଯାଇଛି । ଅବଶ୍ୟ ଏହି ଘୋଷଣା ପରେ ସେୟାର ବଜାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାରରେ ଅବନ୍ନତି ଦେଖାଯାଇଛି ।