ନନ୍ଦନକାନନକୁ ଆସିଲେ ନୂଆ ଅତିଥି

1 min read

ନନ୍ଦନକାନନକୁ ଆସିଲା ଆନାକୋଣ୍ଡା । ନୂଆ ଅତିଥିମାନଙ୍କୁ ପାଇ ନନ୍ଦନକାନନର କର୍ମଚାରୀଙ୍କ ଖୁସି କହିଲେ ନସରେ । ଗୋଟିଏ ଆନାକୋଣ୍ଡା ନୁହେଁ ଏକା ବେଳକେ ୮ଟି ଆନାକୋଣ୍ଡା ସହ ୩ଟି ନାଇଲ୍‌ କୁମ୍ଭୀର ନନ୍ଦନକାନନକୁ ଅଣାଯାଇଛି । ୩ଟି ଯାକ କୁମ୍ବୀର ମାଇ ଥିବା ବେଳେ ଆସିଥିବା ହଳଦିଆ ଆନାକୋଣ୍ଡା ମଧ୍ୟରୁ ୪ଟି ମାଇ ଏବଂ ୪ଟି ଅଣ୍ଡିରା ରହିଛନ୍ତି ।

ଚେନ୍ନାଇ ଚିଡ଼ିଆଖାନାର କ୍ରୋକଡାଇଲ୍‌ ବ୍ୟାଙ୍କରୁ ଏହି ଆନାକୋଣ୍ଡା ଓ ନାଇଲ୍‌ କୁମ୍ଭୀରକୁ ଅଣାଯାଇଛି । ସୂଚନା ଅନୁଯାୟୀ ଆଜି ଚେନାଇରୁ ଅଣାଯାଇ ଭୁବନେଶ୍ୱର ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଛଡାଯାଇଛି । ସେପଟେ ଆନାକୋଣ୍ଡା ସାପ ଏବଂ ନାଇଲ୍‌ କୁମ୍ଭୀରକୁ କିଛି ସପ୍ତାହ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଠାରୁ ଦୁରରରେ ରଖାଯିବ ।

ପରିବେଶ ସହ ଖାପ ଖାଇ ସାରିଲା ପରେ ସେମାନଙ୍କୁ ସମସ୍ତଙ୍କ ସାମ୍ନାକୁ ଅଣାଯିବ ବୋଲି ଜଣାପଡିଛି  । ତେବେ ଏହି ଦୁଇ ପ୍ରାଣିଙ୍କୁ ମିଶାଇ ନନ୍ଦନକାନନରେ ୧୫୮ ପ୍ରଜାତିର ପ୍ରାଣି ରହିଛନ୍ତି । ')}

Leave a Reply