ଫିଲ୍ମରେ ଦେଖୁଥିଲେ, ଏବେ ନନ୍ଦନକାନନରେ ଦେଖିବେ…

1 min read

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ନୂଆ ଅତିଥି । ଏକାଥରକେ ଦୁଇ ଦୁଇଟି ଅତିଥି ଆସୁଛନ୍ତି ନନ୍ଦନକାନନକୁ । ଫିଲ୍ମରେ ଦେଖୁଥିବା ଆନାକୋଣ୍ଡା ସାପକୁ ଏଥର ସତରେ ଦେଖିବେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ । ଗୋଟିଏ ଆନାକୋଣ୍ଡା ନୁହେଁ ଏକା ବେଳକେ ୮ଟି ଆନାକୋଣ୍ଡା ସହ ୪ଟି ନୀଳ କୁମ୍ଭୀର ନନ୍ଦନକାନନକୁ ଅଣାଯାଉଥିବା ସୂଚନା ମିଳିଛି । ଚେନ୍ନାଇ ଚିଡ଼ିଆଖାନାର କ୍ରୋକଡାଇଲ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ଓ ୪ଟି ନୀଳ କୁମ୍ଭୀର ଅଣାଯାଉଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ')}

Leave a Reply