ବଲାଙ୍ଗିରରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର: ପାଟଣାଗଡ଼ ବ୍ଲକ୍‌ ତମିଆ ମୁଦଲସରରେ ସୁକ୍‌ତେଲ୍‌ ନଦୀ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେତୁ ମରାମତି ବେଳେ ଗତକାଲି ଅଚାନକ ଭୁଶୁଡ଼ି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତିଙ୍କ ସହ ଅଧୀକ୍ଷଣ ଯନ୍ତ୍ରୀ ହେମନ୍ତ କୁମାର ଦତ୍ତ ଓ ପ୍ରସାଦ ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

୨୦୧୫ରୁ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଏହି ସେତୁ ସଂପୂର୍ଣ୍ଣ ହୋଇଥିଲା । ତେବେ ଦବି ଯାଇଥିବା ଗୋଟିଏ ପିଲର୍‌କୁ ଗତକାଲି ମରାମତି କରାଯାଉଥିବା ବେଳେ ତାହା ଭୁଶୁଡ଼ିଥିବା ଜଣାପଡିଥିଲା । ନିମ୍ନମାନର କାମ ନେଇ ପୂର୍ବରୁ ଲୋକମାନେ ଅଭିଯୋଗ କରିଥିଲେ । ତେବେ ନିମ୍ନମାନର କାମ ନେଇ ପ୍ରମାଣ ମିଳିଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତି କହିଛନ୍ତି ।

Leave a Reply