spot_img

Latest Posts

ୟାହୁର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଣେ ଭାରତୀୟ

ୱାଶିଂଟନ: ଆମେରିକାର ସିଲିକନ ଭ୍ୟାଲି ସ୍ଥିତ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଗୋରଖପୁରର ସାହବଗଞ୍ଜ୍‌ ବାସିନ୍ଦା ଲାଲ୍‌ ମୋହିତ ଗୋଏଙ୍କା। ମୋହିତଙ୍କ ଏହି ସଫଳତା ନେଇ ପିତା କିଶନ ଗୋଏଙ୍କାଙ୍କ ଛାତି କୁଣ୍ଢେ ମୋଟ ହୋଇଯାଇଛି। କିଶନ ଜଣେ କପଡ଼ା ବ୍ୟବସାୟୀ। ଫେବୃୟାରୀ ୨୪ରେ ସେ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।

ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମୋହିତ ଦୁଃଖକଷ୍ଟରେ ପାଠପଢ଼ିଥିବା ପିତା କହିଛନ୍ତି। ୨୦୧୮ରେ ସେ ୟାହୁରେ ଜଣେ ସିନିଅର ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ୟାହୁ କର୍ତ୍ତୃପକ୍ଷଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଫଳରେ ମୋହିତଙ୍କ ପଦୋନ୍ନତି ହୋଇଥିଲା।

Latest Posts

Don't Miss