ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗତକାଲି ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । ମନ୍ଦିର ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ କୋର୍ଟ କହିଥିଲେ  । ଏନେଇ ଆଜି ଶ୍ରୀମଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।ଶ୍ରୀମନ୍ଦିର ଭିତରେ ଏଏସଆଇ ମରାମତି  କାର୍ଯ୍ୟ କରିବା ନେଇ ବୈଠକରେ ଆଲୋଚନା କରାଯାଉଛି । ବର୍ତମାନ ମହାକାର୍ତିକ ମାସ ଚାଲିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଯୋଗୁଁ ଶ୍ରୀମନ୍ଦିର ଭିତରେ ନିର୍ମାଣ କାର୍ଯ୍ୟ କିପରି କରାଯିବ ସେନେଇ ଆଜି ଏହି ବୈଠକ ଆଲୋଚନା କରାଯିବ ।

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଛତିଶା ନିଯୋଗ ସଦସ୍ୟ,ପାଳିଆ ସେବାୟତ ଉପସ୍ଥିତି ରହିଛନ୍ତି। ବୈଠକରେ ବିଶେଷ ଭାବରେ ମରାମତି କାର୍ଯ୍ୟ କିଭଳି କରାଯିବ, ସେହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ  ଆଲୋଚନା କରାଯାଉଛି।