ଢେଙ୍କାନାଳରେ ମହିଳାଙ୍କ ଜୀବନ ନେଲା ହାତୀ

ଢେଙ୍କାନାଳ : ଢେଙ୍କାନାଳରେ ଜୀବନ ନେଲା ହାତୀ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଳରାମ ପ୍ରସାଦ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ କଣ୍ଢେଇ ମହାପାତ୍ର ବୟସ ୬୦ ହେବ ବୋଲି ଅନୁମାନ କରାଯାଉଛି । ଆଜି ସକାଳ ସମୟରେ କଣ୍ଢେଇ ଗାଁ ନିକଟ ନାଳକୁ ସୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ମହିଳାଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ  । ଖବର ପ୍ରଘଟ ହେବାପରେ  ବନ କର୍ମଚାରୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ସହ ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖି ଗ୍ରାମବାସୀଙ୍କୁ ସୂଚନା ଦେବାକୁ ଲୋକମାନେ ଦାବି କରିଛନ୍ତି ।