ଭୂକମ୍ପରେ ଥରିଲା ଇଣ୍ଡୋନେସିୟା, ରିକ୍ଟର ସ୍କେଲରେ ରେକର୍ଡ ହେଲା ତୀବ୍ରତା

 କୋଟାମୋବାଗୁ : ଭୂକମ୍ପରେ ଥରିଲା ଇଣ୍ଡୋନେସିୟା। ଇଣ୍ଡୋନେସିୟାରେ ମଙ୍ଗଳବାର ସକାଳ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ହଠାତ୍ ଭୂକମ୍ପ ଅନୁଭୁତ ହେବାରୁ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ । ସୂଚନା ଅନୁସାରେ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୬ ରେକର୍ଡ କରାଯାଇଛି।

ଏନସିଏସ ସୂଚନାନୁଯାୟୀ, ମଙ୍ଗଳବାର ଦିନ ସକାଳ ପ୍ରାୟ ୬ଟା୫୩ରେ ଭୂକମ୍ପ ଝଟକା ଅନୁଭୁତ ହେଲା । ଏବଂ ଭୂକମ୍ପର କେନ୍ଦ୍ର କୋଟାମୋବାଗୁ ଥିବା ବେଳେ ଏହା ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ରହିଥିଲା । ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଅନ୍ୟପଟେ, ଗତ ମାସରେ ତାଇବାନର ରାଜଧାନୀ ତାଇପେଇରେ ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଏହି ଭୂକମ୍ପର କେନ୍ଦ୍ର ସ୍ଥଳି ରାଜଧାନୀ ତାଇପେଇର ଦକ୍ଷିଣରେ ପ୍ରାୟ ୧୮୨ କିଲୋମିଟର ଦୂରରେ  ଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୭ ରେକର୍ଡ ହୋଇଥିଲା । ଏହାସହ ଜାପାନର ରାଜଧାନୀ ଟୋକିଓ ନିକଟରେ ହୋଇଥିବା ଭୂକମ୍ପ ବହୁ ଧ୍ୱଂସଲୀଳା କରିଥିଲା  । ଭୂକମ୍ପ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୮ ଜଣ ଆହତ ହୋଇଛନ୍ତି । ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ ସୁନାମି ଚେତାବନୀ ମଧ୍ୟ ଦେଇଥିଲେ  ।