ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ

ବାଙ୍କୀ: ଯୌତୁକ ପାଇଁ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ । ବାଙ୍କୀ ଥାନା ହରିରାଜପୁର ଗାଁରେ ଘଟିଛି ଏଭଳି ଘଟଣା । ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ନିର୍ଯାତନା ଅଭିଯୋଗ । କଥା କଥାକେ ମାଡ଼ ମାରିଥିବା ସ୍ୱାମୀ ଶେଷରେ ପାଲଟିଗଲା ରାକ୍ଷସ । ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରିବା ସହ ଜୀବନରୁ ମାରିଦେବା ଉଦେଶ୍ୟରେ ଦେହରେ କିରୋସିନ ଢାଳି ପୋଡିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ସ୍ତ୍ରୀ । ଗୁରୁତର ମହିଳା ଏଲିନା ବେଉରାଙ୍କ ମୁହଁ ଓ ଦେହରେ ଆଘାତ ଲାଗିଛି ।

ହରିରାଜପୁର ଗାଁର ଅଜୟ ବେଉରାଙ୍କୁ ବିବାହ କରିଥିଲେ ଏଲିନା । ବିବାହର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଯୌତୁକ ଲୋଭରେ ମାଡ଼ ମାରୁଥିଲେ ସ୍ବାମୀ । ଗତକାଲି ସ୍ବାମୀ ଓ ସମ୍ପର୍କୀୟ ଦେଢ଼ଶୂର ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏଲିନା କୌଶଳକ୍ରମେ ଖସି ଆସି ତାଙ୍କ ଭାଇଙ୍କୁ କହିବା ପରେ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଙ୍କୀ ଥାନାରେ ଏତଲା ପରେ ପୋଲିସ ସ୍ୱାମୀ ଅଜୟକୁ ଗିରଫ କରିଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।