ବାଣୀବିହାର ଓଭର ବ୍ରିଜ ଉପରେ ଦୁର୍ଘଟଣା; OSRTC ବସକୁ ଧକ୍କା ଦେଲା ଘରୋଇ ବସ୍
1 min read
ଭୁବନେଶ୍ବର : ଭୁବନେଶ୍ବର ବାଣୀବିହାର ଓଭର ବ୍ରିଜ ଉପରେ ସଡ଼କ ଦୁର୍ଘଟଣା । OSRTC ବସ କୁ ଧକ୍କା ଦେଲା ଘରୋଇ ବସ । ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭରଙ୍କ ସମେତ ଏକାଧିକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ ବ୍ରେକଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଛି ।