ଆଲିଆଙ୍କୁ ଅମୁଲର ନିଆରା କମ୍ପ୍ଲିମେଣ୍ଟ୍

ମୁମ୍ବାଇ: ବଲିଉଡ ସୁନ୍ଦରୀ ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ଘରକୁ ନୂଆ ଅତିଥି ଆସିବା ପରେ କପୂର ପରିବାରରେ ଖୁସିର ପରିବେଶ ଦେଖିବାକୁ ମିଳିଛି । ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏହା ମଧ୍ୟରେ ଲୋକପ୍ରିୟ ଡେୟରୀ ବ୍ରାଣ୍ଡ୍‌ ଅମୁଲ ଇଣ୍ଡିଆ ମଧ୍ୟ ଆଲିୟା ଏବଂ ରଣବୀରଙ୍କୁ ଖୁବ୍‌ କ୍ରିଏଟିଭ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

ଅମୁଲ ଇଣ୍ଡିଆ ତା’ର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମୋନୋକ୍ରାଟିକ୍‌ ଡୁଡଲ ମାଧ୍ୟମରେ ଶୁଭେଚ୍ଛା ଜଣାଇଛି । ଏଥିରେ ରଣବୀର ଏବଂ ଆଲିୟାଙ୍କର ଏକ କାର୍ଟୁନ୍‌ ଭର୍ସନ ଦେଖିବାକୁ ମିଳିଛି । ଏହି ଫଟୋକୁ ଶେୟାର କରି ଅମୁଲ ଇଣ୍ଡିଆ କ୍ୟାପ୍ସନରେ ଲେଖିଛିଯେ, ଷ୍ଟାର ଦମ୍ପତିଙ୍କ ଘରେ କନ୍ୟା ସନ୍ତାନ ଜନ୍ମ ହୋଇଛି ।

ଅମୁଲ ଇଣ୍ଡିଆର ଏହି କ୍ରିଏଟିଭ୍‌ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ପୋଷ୍ଟଙ୍କୁ ଷ୍ଟାର କପଲ ରଣବୀର ଏବଂ ଆଲିୟାଙ୍କ ଫ୍ୟାନ୍ସ ଯଥେଷ୍ଟ ପ୍ରଶଂସା ମଧ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, କନ୍ୟା ସନ୍ତାନ ଜନ୍ମ ପରେ ଆଲିୟା ଏବଂ ରଣବୀରଙ୍କୁ କରଣ ଜୋହର, ଅକ୍ଷୟ କୁମାର, ଅନୁଷ୍କା ଶର୍ମା,ପ୍ରିୟଙ୍କା ଚୋପ୍ରା,କରିନା ଏବଂ କରିସ୍ମାଙ୍କ ସମେତ ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫ୍‌ ଶୁଭେଚ୍ଛା ଜଣାଇ ପୋଷ୍ଟ ଶେୟାର କରିଥିଲେ । ତେବେ ପରସ୍ପରକୁ ୫ ବର୍ଷ ଡେଟ୍‌ କରିବା ପରେ ଆଲିୟା ଏବଂ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଓ୍ୱର୍କଫ୍ରଣ୍ଟ୍‌ କଥା ଯଦି ଆଲୋଚନା କରିବା ତେବେ ଉଭୟଙ୍କୁ ଶେଷ ଥର ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକା ସାଙ୍ଗରେ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଏହି କପଲଙ୍କୁ ଏକାଧିକ ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିବ ।