ସୈଫଙ୍କ ପୂର୍ବରୁ ଏହି ଦୁଇ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମୃତା
![](https://nandighoshatv.com/wp-content/uploads/2025/02/amrita.jpg)
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମ୍ରିତା ୮୦ ଦଶକରେ ବେଶ ଚର୍ଚ୍ଚାରେ ରହୁଥିଲେ । ତାଙ୍କର ହିଟ୍ ଫିଲ୍ମ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଥିଲା । କିନ୍ତୁ ପରେ ତାଙ୍କର ବହୁ ଫିଲ୍ମ ଫ୍ଲପ ହେବା ପରେ ସିନେମାଠାରୁ ଦୂରେଇ ରହିଥିଲେ । ତେବେ ଅମ୍ରିତା ସୈଫ ଅଲ୍ଲି ଖାନଙ୍କୁ ବିବାହ କରି ସେମାନଙ୍କ ବିଚ୍ଛେଦ ହୋଇ ସାରିଛି । ମାତ୍ର ସୈଫଙ୍କ ପୂର୍ବରୁ ୨ ଜଣ ଷ୍ଟାରଙ୍କୁ ଡେଟ୍ କରିଥିଲେ ଅମ୍ରିତା । ଜଣେ ୧୫୦ରୁ ଅଧିକ ଫିଲ୍ମ କରି ସାରିଥିବାବେଳେ ଅନ୍ୟଜଣେ କ୍ରିକେଟର ଜଣାଶୁଣା ଚେହେରା ।
କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଭାଙ୍ଗିଗଲା ନିର୍ବନ୍ଧ
କ୍ରିକେଟର ରବି ଶାସ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲା ଅମ୍ରିତାଙ୍କ ନାମ । ଉଭୟଙ୍କ ପ୍ରେମ ଏତେ ଆଗକୁ ଯାଇଥିଲା କି, ସେମାନେ ବିବାହ ପର୍ଯ୍ୟନ୍ତ କଥା ବଢ଼ାଇଥିଲେ । ଏମିତିକି ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଏହାର ମୁଖ୍ୟ କାରଣ ରହିଥିଲା କି, ରବି ଶାସ୍ତ୍ରୀ ବିବାହ ପୂର୍ବରୁ କହିଥିଲେ କି, ତୁମେ ବିବାହ ପରେ ଆଉ ଫିଲ୍ମ କରିବ ନାହିଁ । ଯାହାକୁ ମନା କରିଥିଲେ ଅମ୍ରିତା । ଆଉ ସେମାନଙ୍କ ସମ୍ପର୍କ ଅଧିକ ଦିନ ରହିନଥିଲା ।
ଅଭିନେତା ବିନୋଦ ଖାନ୍ନାଙ୍କୁ ମଧ୍ୟ ଡେଟ୍ କରିଥିଲେ
ସୈଫ୍ ଅଲ୍ଲୀ ଖାନଙ୍କ ବ୍ୟତୀତ ଅମ୍ରିତା ସିଂହଙ୍କ ନାମ ଆଉ ଜଣେ ବରିଷ୍ଠ ଅଭିନେତାଙ୍କ ସହ ମଧ୍ୟ ଯୋଡା ଯାଇଥିଲା। ଗୋଟିଏ ସମୟରେ ଅମ୍ରିତା ସିଂହ ଏବଂ ବିନୋଦ ଖାନ୍ନାଙ୍କ ମଧ୍ୟରେ ମଧ୍ୟ ପ୍ରେମ ସମ୍ପର୍କ ଥିବା ଖବର ଆସିଥିଲା। କୁହାଯାଏ ଯେ ଅମୃତାଙ୍କ ସହ ସାକ୍ଷାତ ପରେ ବିନୋଦ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କଠାରୁ ଅଲଗା ହୋଇଯାଇଥିଲେ। ଦୁହିଁଙ୍କ ମଧ୍ୟରେ ବୟସର ଯଥେଷ୍ଟ ପାର୍ଥକ୍ୟ ଥିଲା। ବିନୋଦ ଅଭିନେତ୍ରୀ ଅମୃତାଙ୍କଠାରୁ ୧୨ ବର୍ଷ ବଡ଼ ଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ।