ଲଦାଖରେ ହେଉଥିବା ଉତ୍ତେଜନା ପାଇଁ ଚୀନ ଦାୟୀ: ଡୋନାଲ୍ଡ ଟ୍ରମ୍ପ

1 min read

ୱାଶିଂଟନ୍: ଲଦାଖର ଗଲବାନ୍ ଘାଟିରେ କିଛିଦିନ ତଳେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏଭଳି ପରିସ୍ଥିତିରେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ପରିସ୍ଥିତି ଗରମ ରହିଛି । ପୂରା ଘଟଣାକୁ କଥାବାର୍ତ୍ତା ମାଧ୍ୟମରେ ଶାନ୍ତ କରିବାକୁ ଚେଷ୍ଟା କରାଯାଉଛି, ଯଦିଓ ସେନାକୁ ଆର୍ଲଟରେ ରଖାଯାଇଛି । ଏଭଳି ପରିସ୍ଥିତିରେ, ଆମେରିକା କହିଛି ଯେ ଗଲବାନ ଘାଟିରେ ଯାହା ହୋଇଛି ସେଥିପାଇଁ ଚୀନ୍ ସମ୍ପୂର୍ଣ୍ଣ ଦାୟୀ । ଆମେରିକା ଏହା ମଧ୍ୟ କହିଛି ଯେ ଏଭଳି କାର୍ଯ୍ୟ କରି ଚୀନ୍ କରୋନା ମହାମାରୀରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛି ।

ଚୀନ୍‌ର ହିଁ ଭୁଲ ରହିଛି

ଆପଣଙ୍କୁ କହି ରଖୁଛୁ ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଶୁକ୍ରବାର ଦିନ ଚାଇନାରେ ଥିଲେ । ସେଠାରେ ସେ ଚୀନର ବଡ଼ କୂଟନୀତିଜ୍ଞ ୟାଙ୍ଗ ରେଚିଙ୍କୁ ଭେଟିଥିଲେ । ଏହି ବୈଠକ ପରେ ଆମେରିକାର ଅଧିକାରୀ ଡେଭିଡ ଷ୍ଟିଲୱେଲ ଏକ ବୟାନ ଜାରି କରି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଭାରତ-ଚୀନ୍ ସୀମାରେ ଏପରି ଗତିବିଧି ଘଟିଛି, ଯେତେବେଳେ ୨୦୧୫ ମସିହାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ  ଭାରତ ଗସ୍ତରେ ଯାଇଥିଲେ । ସେ ସମୟରେ ଚୀନ୍ ସେନା ଭିତରକୁ ପ୍ରବେଶ କରିଥିଲା । ସେମାନଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା। ଏହାପୂର୍ବରୁ, ଆମେ ଡୋକଲାମରେ ମଧ୍ୟ ସମାନ ପରିସ୍ଥିତି ଦେଖିଥିଲୁ  ।

ଲଦାଖରେ ଭାରତୀୟ ସୈନିକମାନେ ସହିଦ ହେବା ପରେ ବୈଦେଶିକ ମନ୍ତ୍ରୀ ପମ୍ପିଓ କହିଥିଲେ ଯେ, ଚୀନ୍ ସହ ସଂଘର୍ଷରେ ପ୍ରାଣ ହରାଇଥିବା  ଭାରତୀୟ ସହିଦମାନଙ୍କୁ ଆମେ ଗଭୀର ସମବେଦନା ଜଣାଉଛୁ ।

ଚୀନ୍‌କୁ ଟ୍ରମ୍ପଙ୍କ ଧମକ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସର୍ବଦା ଚୀନ୍ ଉପରେ ତାଙ୍କର ଅସନ୍ତୋଷ ପ୍ରଦର୍ଶନ କରି ଆସୁଛନ୍ତି । ଗୁରୁବାର ଏକ ଟୁଇଟ୍‌ରେ ସେ ଦର୍ଶାଇଛନ୍ତି ଯେ ଆମେରିକା ଚୀନ୍‌ ସହିତ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କକୁ ତୁଟାଇବାକୁ ଚାହୁଁଛି । ସେ ଗୁରୁବାର କହିଛନ୍ତି ଯେ – ଆମେରିକା ପାଖରେ ଚୀନ୍ ଠାରୁ ସମ୍ପୂର୍ଣ୍ଣ ଅଲଗା ହେବାର ବିକଳ୍ପ ରହିଛି । ଟ୍ରମ୍ପ ଏକ ଟୁଇଟ୍‌ରେ ଆମେରିକାର ବାଣିଜ୍ୟ ପ୍ରତିନିଧୀ ରବର୍ଟ ଲାଇଟହାଜରଙ୍କ ଦିନକ ପୂର୍ବରୁ ଦେଇଥିବା ବିବୃତ୍ତିକୁ ଅସ୍ୱୀକାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ବିଶ୍ୱର ଦୁଇଟି ବୃହତ୍ତମ ଅର୍ଥନୀତିକୁ ପୃଥକ କରିବା ସମ୍ଭବ ହେବ ନାହିଁ ।

Leave a Reply