ଅମରେଶ ନାୟକ ହତ୍ୟା ମାମଲା: ଚିହ୍ନଟ ହେଲେ ଅଭିଯୁକ୍ତ

1 min read

ଭୁବନେଶ୍ୱର: ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାର ଅଭିଯ଼ୁକ୍ତକୁ ଚିହ୍ନଟ କରିଛି ପୋଲିସ। ମର୍ଡର ପ୍ଳଟର ମାଷ୍ଟର ମାଇଣ୍ଡ ଶଙ୍କର ବସ୍ତିଆ ଓ ରାଘୁନାଥ ବାରିକ ପୋଲିସର ପଞ୍ଝାରୁ ଫେରାର ଅଛନ୍ତି । ୨ମାଷ୍ଟର ମାଇଣ୍ଡ ସମେତ ସମସ୍ତ ଅଭିଯ଼ୁକ୍ତକୁ ଧରିବା ପାଇଁ ପିଛା କରୁଛି କମିଶନରେଟ ପୋଲିସର ସ୍ପେଶାଲ ଟିମ । ଅଭିଯୁକ୍ତ ରଘୁନାଥ ଓରଫ୍‌ ରଘୁଆର ଘର ପୁରୁଣା ଭୁବନେଶ୍ୱର ହୋଇଥିବାବେଳେ ଶଙ୍କରର ଘର ସୁନ୍ଦରପଦା। । ଅମରେଶ ମର୍ଡର ପ୍ଳଟର ଏହି ଦୁଇ ଜଣ ହେଲେ ମୁ୍ଖ୍ୟ ଷଡଯ଼ନ୍ତ୍ରକାରୀ । ଦୀପାବଳି ରାତିରେ ସାମନ୍ୟ ବଚସାକୁ ନେଇ ହୋଇଥିଲା ଗଣ୍ଡଗୋଳର ସୁତ୍ରପାତ । ହତ୍ୟାକାଣ୍ଡ ଘଟିବା ପର ଠାରୁ ଦୁଇ ଜଣ ଫେରାର ଅଛନ୍ତି । ଘଟଣା ଦିନ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯ଼ୁକ୍ତିତର୍କ ହେବା ପରେ ପ୍ରଥମେ ମୀମାଂସା ହୋଇଥିଲା । ମୀମାଂସାର କିଛି ସମୟ ପରେ ଦୁଇ ଜଣ ୧୦ରୁ ଅଧିକ ସହଯ଼ୋଗୀକୁ ନେଇ ଅମରେଶଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ସମସ୍ତ ଅଭିଯ଼ୁକ୍ତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ପରେ ବି ପୋଲିସର ହାତ ଖାଲି ରହିଛି । ଅନ୍ୟପଟେ ଘଟଣାରେ ସାକ୍ଷୀ ଥିବା କିଛି ଲୋକଙ୍କୁ ଧମକ୍‌ ଆସୁଥିବା ଅଭିଯ଼ୋଗ ହୋଇଛି । ତେବେ ଦେଖିବାର କଥା ଏ ଘଟଣାର ସମସ୍ତ ଅଭିଯ଼ୁକ୍ତ କେବେ ଧରା ପଡୁଛନ୍ତି, ଆଉ କେବେ ପର୍ଦ୍ଦ।ଫାସ କରୁଛି ପୋଲିସ। ')}

Leave a Reply