କେମିତି ଲାଗିବ ନିୟନ୍ତ୍ରଣ ହେବ ପରିବା ଦର, ଶୂନ୍ୟକାଳରେ କହିଲେ ଅମର ପଟ୍ଟନାୟକ

ନୂଆଦିଲ୍ଲୀ: ରାଜ୍ୟସଭାର ଶୂନ୍ୟକାଳରେ ପରିବା ଦର ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଗୋଟିଏ ପଟେ ପନିପରିବା ମୂଲ୍ୟ 33 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଫଳରେ ମୁଦ୍ରାସ୍ଫୀତି ମଧ୍ୟ ତାଳ ଦେଇ ବଢୁଛି । ଅନ୍ୟପଟେ ଦେଶରେ ଅମଳ ପରବର୍ତ୍ତୀ କ୍ଷତି 40 ପ୍ରତିଶତ ବୋଲି ସୂଚନା ରହିଛି ।

ପନିପରିବା ଅମଳ ପର ବ୍ୟବସ୍ଥାରେ ଗଠନମୂଳକ ପରିବର୍ତ୍ତନଗୁଡ଼ିକର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅମର ପଟ୍ଟନାୟକ । ପରିବା ଅମଳ ପରେ ବଜାରକୁ ପହଞ୍ଚିବା ପର୍ଯ୍ୟନ୍ତ ଖର୍ଚ୍ଚକୁ ଯଦି କମାଇ ହୁଅନ୍ତା ପରିବା ଦର ଉପରେ ମଧ୍ୟ ନିୟନ୍ତ୍ରଣ ମିଳିବ ବୋଲ ସେ କହିଛନ୍ତି ।