ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ରୂପ ନେବ ‘ଅମ୍ପାନ’

1 min read

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼ ହୋଇଛି ଅମ୍ଫାନ୍‌। ଆସନ୍ତା ୬ଘଣ୍ଟା ଭିତରେ ଅତି ଭୟଙ୍କର ରୂପ ନେବ। ଏବେ ଏହା ପାରାଦୀପଠାରୁ 820 କିଲୋମିଟର ଦୂରରରେ ରହିଛି। ସେହିପରି ପଶ୍ଚିମବଙ୍ଗ ଦୀଘାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବରେ ୯୮୦ କିଲୋମିଟର ଦୂରରେ ରହିଛି ଅମ୍ଫାନ୍‌।

Cyclone Amphan updates: Intensifies into very 'severe cyclonic storm'

ଦିଗ ପରିବର୍ତ୍ତନ କରି ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ପଶ୍ଚିମବଙ୍ଗ ଦୀଘାରୁ ବାଂଲାଦେଶର ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ୨୦ ତାରିଖ ଅପରାହ୍ନ କିମ୍ବା  ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ। ଯେତେବେଳେ ଏହା ସ୍ଥଳଭାଗ ଛୁଇଁବ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିବ। ଏହା ପ୍ରଭାବରେ ଆଜି ସଂଧ୍ୟାରୁ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ବର୍ଷା ହେବ। ଆସନ୍ତାକାଲି ଉତ୍ତର ଓଡିଶାରେ ବର୍ଷା ସାଙ୍ଗକୁ ଘଣ୍ଟାକୁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ସେହିପରି ୨୦ ତାରିଖରେ ବର୍ଷା ସହ ପବନର ବେଗ ୭୫ରୁ ୯୫ କିମିକୁ ବୃଦ୍ଧି ପାଇବ। ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବର୍ଷା ସହ ପବନ ବହିବ। ଓଡ୍ରାଫର ୧୫ଟି ଟିମ୍‌ ଓ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍‌କୁ ପ୍ରଭାବିତ ଜିଲ୍ଲାରେ ମୁତୟନ କରାଯାଇଛି। ଆଗକୁ ଆହୁରି କରାଯିବା ଲାଗି ବ୍ୟବସ୍ଥା କରାଯାଉଛି । ଅତ୍ୟାବଶ୍ୟକ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତେଣୁ ଲୋକଙ୍କୁ ଭୟଭୀତ ନହବୋକୁ ଏସଆରସି ପରାମର୍ଶ ଦେଇଛନ୍ତି।

Leave a Reply