ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍’

1 min read

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ୍’ ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ବଳ ଗୋଟାଉଛି । ପଶ୍ଚିମବଙ୍ଗ ସହ ଉତ୍ତର ଓଡ଼ିଶା ଉପକୂଳ ପାଇଁ ବାତ୍ୟା ସତର୍କତା ସହ ଅରେଞ୍ଜ ମେସେଜ୍ ଜାରି ହୋଇଛି । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ୍’ ଘଣ୍ଟାପ୍ରତି ୭ କିମି ବେଗରେ ଉତ୍ତରକୁ ଗତି କରୁଛି । ଦକ୍ଷିଣ ବଙ୍ଗୋପସାଗରରେ ‘ଅମ୍ଫାନ୍’ ପାରାଦୀପ ଠାରୁ ଦକ୍ଷିଣରେ ୭୩୦ କିମି ଦୂରରେ ଥିବା ବେଳେ ପଶ୍ଚିମବଙ୍ଗର ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୮୯୦ କିମି ଦୂରରେ ରହିଛି । ବାଂଲାଦେଶରେ ଖେପୁରିଆ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୧୦୧୦ କିମି ଦୂରରେ ଅଛି ‘ଅମ୍ଫାନ୍’ ।

ଏହା ଉତ୍ତର ଦିଗକୁ ଗତି କରିବା ପରେ କିଛି ସମୟ ପାଇଁ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମକୁ ଯିବ । ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ‘ଅମ୍ଫାନ୍’ ଅତି ଭୀଷଣ ସାମୁଦ୍ରିକ ଝଡ଼ ଭାବେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ୧୬୫-୧୭୫ କିମି ରହିବା ସହ ବେଳେବେଳେ ୧୮୫ କିମି ଘଣ୍ଟାପ୍ରତି ରହିବ ।

ପ୍ରଭାବରେ ଉପକୂଳ ଓଡ଼ିଶାର ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ । ୧୯ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିମି ରହିବ । ବେଳେବେଳେ ୨୫୫ କିମି ଯାଏଁ ବୃଦ୍ଧି ପାଇବ ପବନର ବେଗ । ୨୦ ତାରିଖରେ ପବନର ବେଗ କମିବା ସହ ୧୫୫ରୁ ୧୬୫ ଘଣ୍ଟା ପ୍ରତି ରହିବଷ ସନ୍ଧ୍ୟାରେ ଏହି ବେଗ ୧୮୦ କିମି ଘଣ୍ଟା ପ୍ରତି ରହିପାରେ ।

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ‘ଅମ୍ଫାନ୍’ ପ୍ରଭାବରେ ସମୁଦ୍ର ଜୁଆର ୪ରୁ ୫ ମିଟର ଯାଏଁ ବୃଦ୍ଧି ପାଇବ ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

Leave a Reply