ଦୁର୍ବଳ ହେବ ‘ଅମ୍ପାନ’: ମହାବାତ୍ୟା ନୁହେଁ ଅତି ଭୀଷଣ ବାତ୍ୟା ହୋଇ କରିବ ଲ୍ୟାଣ୍ଡଫଲ୍

1 min read

ଭୁବନେଶ୍ୱର: ଦୁର୍ବଳ ହେଉଛି ମହାବାତ୍ୟା ‘ଅମ୍ଫାନ’ । କିଛି ସମୟ ପରେ ସୁପର ସାଇକ୍ଲୋନ୍‌ ସ୍ଥିତିରୁ ଖସିଆସି ଏହା ଏକ୍ସଟ୍ରିମ୍‌ଲି ସିଭୟର ସାଇକ୍ଲୋନ୍‌ ଷ୍ଟର୍ମ ରୂପ ନେବାର ସମ୍ଭାବନା ଅଛି । ଆସନ୍ତାକାଲି ଅପରାହ୍ନ କିମ୍ବା ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ‘ଅମ୍ଫାନ’ ଲ୍ୟାଣ୍ଡଫଲ୍‌ କରିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ରହିବାର ସମ୍ଭାବନା ଅଛି । ସେହିପରି ସର୍ବାଧିକ ଝଟ୍‌କାର ବେଗ ବା ଗଷ୍ଟିଂ ଓ୍ୱିଣ୍ଡ ସ୍ପିଡ୍‌ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିପାରେ । ଅମ୍ଫାନ ବର୍ତ୍ତମାନ ପାରାଦୀପର ଦକ୍ଷିଣରେ ୫୨୦ କିଲୋମିଟର ଓ ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କିଲୋମିଟର ଦୂର ବଙ୍ଗପସାଗରରେ ରହିଛି । ସମୁଦ୍ରରେ ଗତ ୬ଘଣ୍ଟା ହେଲା ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି ‘ଅମ୍ଫାନ୍‌’ । ବାତ୍ୟା ପାଇଁ ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦରରେ ୩ନମ୍ବର ବିପଦ ସଂକେତ ଦିଆଯାଇଛି ।

ଅପରପକ୍ଷରେ ବାତ୍ୟା ଅମ୍ଫାନ ପାଇଁ ଧାମରାରେ ହାଇଆଲର୍ଟ । ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଇଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନକୁ ଯିବାକୁ କୁହାଯାଇଛି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଆମ୍ୱୁଲାନ୍ସ ଯୋଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଜାରି କରାଯାଇଛି ହାଇଆଲର୍ଟ । ଆଜି ସକାଳୁ ଭଦ୍ରକରେ ମେଘୁଆ ପାଗ ସହ ପବନ ବହୁଛି । ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ, NDRF ଓ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି

Leave a Reply