ସମୁଦ୍ରରେ ଗତି ବଢ଼ାଇଲା ‘ଅମ୍ଫାନ୍’, ଘଣ୍ଟା ପ୍ରତି ବେଗ ୧୫ କିମି

1 min read

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ସମୁଦ୍ର ଗର୍ଭରେ ତାର ଗତି ବୃଦ୍ଧି କରିଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର ଦିଗରେ ଗତି କରୁଛି । ଏବେ ‘ଅମ୍ଫାନ୍’ ପାରାଦୀପଠାରୁ ଦକ୍ଷିଣରେ ୬୪୦ କିମି ଦୂରରେ ଅଛି । ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୮୦୦ କିମି ଦୂରରେ ଓ ବାଂଲାଦେଶ ଖେପୁରିଆ ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୯୨୦ କିମି ଦୂରରେ ଅଛି ।

ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଗତି ବଦଳାଇ ପଶ୍ଚିମବଙ୍ଗ-ବାଂଲାଦେଶ ତଟ ଦେଇ ଅତିକ୍ରମ କରିବ । ପଶ୍ଚିମବଙ୍ଗର ଦୀଘା-ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ନିକଟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଲାଣ୍ଡଫଲ କରିବ । ଲାଣ୍ଡଫଲ ବେଳେ ‘ଅମ୍ଫାନ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିମି ରହିବା ସହ ବେଳେବେଳେ ୧୯୫ କିମି ହୋଇପାରେ ।

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ୍’

ଆଜି ରାତିରୁ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୯ ତାରିଖରେ ଉତ୍ତର ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ଅତି ପ୍ରବଳ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୯୫ କିମି ପର୍ଯ୍ୟନ୍ତ ରହିପାରେ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ବାରଣ କରାଯାଇଛି ।

ପାରାଦୀପଠାରୁ ୭୦୦ କିମି ଦୂରରେ ମହାବାତ୍ୟା ‘ଅମ୍ଫାନ୍’

Leave a Reply