୬ ଘଣ୍ଟାରେ ଭୟଙ୍କର ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’

1 min read

ଭୁବନେଶ୍ୱର: ବଳ ଗୋଟାଇ ସମୁଦ୍ର ଗର୍ଭରେ ଆଗକୁ ବଢ଼ୁଛି ବାତ୍ୟା ‘ଅମ୍ଫାନ’ । ବିଗତ ୬ ଘଣ୍ଟା ହେଲା ‘ଅମ୍ଫାନ’ ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଭୋର୍ ୫ଟା ୩୦ ସୁଦ୍ଧା ବାତ୍ୟା ପାରାଦୀପ ଠାରୁ ଦକ୍ଷିଣରେ ୯୯୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୪୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆଗାମୀ ୬ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହାପରେ ରିକର୍ଭ କରି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଯାଇ ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଲାଂଦେଶର ହାଟିୟା ଆଇଲାଣ୍ଡ ମଧ୍ୟରେ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅତି ଭୟଙ୍କର ବାତ୍ୟା ରୂପରେ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଳୋନ୍‌ର ରୂପ ନେବ ‘ଅମ୍ପାନ’

Leave a Reply