spot_img

Latest Posts

ପଶ୍ଚିମବଙ୍ଗ ଉପକୂଳରୁ ୯୫ କିମି ଦୂରରେ ଅମ୍ଫାନ,ଲ୍ୟାଣ୍ଡଫଲକୁ ଅପେକ୍ଷା

ନୂଆଦିଲ୍ଲୀ: ସୁପର ସାଇକ୍ଲୋନନ୍ ‘ଆମ୍ଫାନ୍’ ଖୁବ୍ ଶୀଘ୍ର ପଶ୍ଚିମବଙ୍ଗ ଉପକୂଳରେ ପହଂଚିବା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ଏବଂ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି | ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ସମୟ ମଧ୍ୟରେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ସମୁଦ୍ର କୂଳରେ ୪-୫ ମିଟର ଉଚ୍ଚ ତରଙ୍ଗ ସୃଷ୍ଟିହୋଇପାରେ ।

ପାଣିପାଗ ବିଭାଗ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଦୃତ ବେଗରେ ଗତି କରୁଛି। ଏହାର ଗତି ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆଜି ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆରେ ସାଇକ୍ଲୋଥନ୍ ଆମ୍ଫାନ୍ ସ୍ଥଳଭାଗ ଛୁଇଁପାରେ । 

ଏନଡିଆରଏଫ୍ ମୁଖ୍ୟ ଏସ.ଏନ୍ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୦୦କିଲୋମିଟରରେ ପହଞ୍ଚିଛି । ଏଥିସହିତ ଘୂର୍ଣ୍ଣିବଳୟର କେନ୍ଦ୍ରରେ ଗତି ଘଣ୍ଟା ପ୍ରତି ୨୦୦ କିଲୋମିଟର ଅଟେ । ତେବେ ପଶ୍ଚିମବଙ୍ଗରେ ପବନ ସେତେଟା ଶକ୍ତିଶାଳୀ ନୁହେଁ । ଓଡିଶାର ବାଲେଶ୍ୱର ଏବଂ ଭଦ୍ରକରୁ ୧.୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ପଶ୍ଚିମବଙ୍ଗର ୩.୩. ଲକ୍ଷ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ନିଆଯାଇଛି। ୧୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଆଇଏମଡି ଅନୁଯାୟୀ, ପଶ୍ଚିମବଙ୍ଗର ଦୀଘା ଉପକୂଳରୁ ସାଇକ୍ଲୋଥନ୍ ଆମ୍ଫାନ୍ ୯୫ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

Latest Posts

Don't Miss