spot_img

Latest Posts

ଓଡ଼ିଶା ଉପକୂଳରେ ନୁହେଁ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ଲ୍ୟାଣ୍ଡଫଲ୍‌ କରିବ

ଭୁବନେଶ୍ୱର: ଅମ୍ଫାନ ବାରମ୍ବାର ତାର ବେଗରେ ପରିବର୍ତ୍ତନ କରୁଛି । କେତେବେଳେ ଧିମେଇ ଯାଉଛି ତ ପୁଣି କେତେବେଳେ ପ୍ରଖର ଗତିରେ ମାଡ଼ିଆସୁଛି । ଯାହା ଫରେ ଅମ୍ଫାନ ଲ୍ୟାଣ୍ଡଫଲରେ ବାରମ୍ବାର ପରିବର୍ତ୍ତନ ହେଉଛି । ଏବେ ପୁଣି ନୂଆ ସୂଚନା ଅନୁଯାୟୀ ଅମ୍ଫାନ ତାର ଗତିପଥରେ ପୁଣି ପରିବର୍ତ୍ତନ କରିଛି । ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ ବାତ୍ୟା ଅମ୍ଫାନ୍‌ ଲ୍ୟାଣ୍ଡଫଲ କରିବ ନାହିଁ । ଆଇଏମ୍‌ଡିର ପୂର୍ବ ଅନୁମାନ ଅନୁସାରେ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ହିଁ ଲ୍ୟାଣ୍ଡଫଲ୍‌ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ରାତି ୨ଟା ବେଳେ ଜେଟି ଡବ୍ଲୁସି ଓ ୟୁଏସ ନେଭିର ମ୍ୟାପ୍‌ ଅନୁସାରେ ଅମ୍ଫାନ୍‌ ଗତିପଥ ବଦଳାଇ ଓଡିଶା ଆଡକୁ ମୁ୍ହାଁଉଥିବା ଜଣାପଡୁଥିଲା। ଏହା ଆଧାରରେ କିଛି ପାଣିପାଗ ବିଶେଷଜ୍ଞ ଆଶଙ୍କା କରୁଥିଲେ, ଅମ୍ଫାନ୍‌ ସମ୍ଭବତଃ ବାଲେଶ୍ବର ଜିଲ୍ଲା ସୀମାରେ ଲ୍ୟାଣ୍ଡଫଲ୍‌ କରିପାରେ।

କିନ୍ତୁ ସକାଳ ୮ଟା ପରେ ଜେଟିଡବ୍ଲୁସି ମ୍ୟାପ୍‌ରେ ପୁଣି ପରିବର୍ତ୍ତନ ଆସିଥିଲା। ବାତ୍ୟାର ଗତିପଥ ନେଇ ଆଇଏମ୍‌ଡି କରିଥିବା ପୂର୍ବାନୁମାନ ସହ ଜେଟିଡବ୍ଲୁସିର ଅନୁମାନ ମେଳ ଖାଇଥିଲା। ତେଣୁ ବର୍ତ୍ତମାନ ଓଡିଶା ଉପକୂଳରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରୁନଥିବା ସ୍ପଷ୍ଟ ହେବା ସହ ଏହା ସୁନ୍ଦରବନ ଅଞ୍ଚଳରେ ବିଳମ୍ବିତ ସଂଧ୍ୟା ଅର୍ଥାତ ସାଢେ ୮ରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆକଳନ କରାଯାଇଛି।

ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହୋଇଛନ୍ତି ୧ ଲକ୍ଷରୁ ଅଧିକ ଲୋକ…

Latest Posts

Don't Miss