କୋଟିଆ ପ୍ରସଂଗରେ ବିଶ୍ୱଭୂଷଣ ଚୁପ୍ ରହିଲେ ଇତିହାସ କେବେ କ୍ଷମା ଦେବନି: ଅମିୟ ପାଣ୍ଡବ

Amiya Pandab Targets Bjp Over Kotia Issue

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ଆମ ଅଧିକାର ସଂଗଠନ । କୋଟିଆ ପ୍ରସଙ୍ଗରେ ବିଜେପି ପକ୍ଷରୁ ନାନାଦି ନାଟକବାଜି ଚାଲିଛି । ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଲୁଟିବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ପିକ୍‌ନିକ୍ କରିବାକୁ ଯିବା ହାସ୍ୟାସ୍ପଦ ବୋଲି ମତ ଦେଇଛନ୍ତି ସଂଗଠନର ଆବାହକ  ଅମିୟ ପାଣ୍ଡବ । ଓଡ଼ିଶା ବିଜେପିର ଯଦି ସତରେ ଆନ୍ତରିକତା ଅଛି ଓ ଓଡ଼ିଶାର ଅଖଣ୍ଡତା ତଥା ଅସ୍ମିତା ପ୍ରତି ଅଙ୍ଗୀକାରବଦ୍ଧତା ଅଛି, ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବୀରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବା କିମ୍ବା ଅନୁରୋଧ କରିପାରିବ କି ? ଆମେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ଚାହୁଁ ଯେ, ସେ ନିଜକୁ ଜଣେ ଓଡ଼ିଶାପ୍ରେମୀ ଓ ପାଇକଯୋଦ୍ଧା ବୋଲି ଦାବି କରନ୍ତି । ଓଡ଼ିଶା ପ୍ରସଙ୍ଗରେ ଆନ୍ଧ୍ରର ଆଚରଣ ଏକ ଆକ୍ରମଣ ନୁହେଁ କି ? ଏଭଳି ଆକ୍ରମଣର ସେ ଅଂଶୀଦାର ହେଲେ ଇତିହାସ ତାଙ୍କୁ କେବେ ବି କ୍ଷମା କରିବ ନାହିଁ । ଓଡ଼ିଶା ଉପରେ ଆନ୍ଧ୍ରର ଏହି ଅବୈଧ ଦାଦାଗିରିକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଆମ ଅଧିକାର ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ଆଗାମୀ ସପ୍ତାହରେ କୋଟିଆ ଅଞ୍ଚଳ ଗସ୍ତ କରି ଏହାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବ  । ଏବଂ ଏ ପ୍ରସଙ୍ଗରେ ରାଜ୍ୟ ତମାମ ଜନମତ ସୃଷ୍ଟି କରାଯିବ ବୋଲି ଭୁବନେଶ୍ୱରରେ ଆମ ଅଧିକାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆବାହକ ଅମିୟ ପାଣ୍ଡବ ।

Leave a Reply