କରୋନାକୁ ହରାଇ ଘରକୁ ଫେରିଲେ ବିଗ୍ ବି: ଟ୍ୱିଟ କରି ସୂଚନା ଦେଲେ ପୁଅ ଅଭିଷେକ
1 min readମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରାୟ ତିନି ସପ୍ତାହରୁ ଅଧିକ ସମୟ ଧରି ମୁମ୍ବାଇର ନାନାବତୀ ଡାକ୍ତରଖାନା ରହିବା ପରେ ରବିବାର ତାଙ୍କୁ ଜିସଚାର୍ଜ କରାଯାଇଛି । ବିଗ୍ ବି ଡାକ୍ତରଖାନାରୁ ଡିସଚାର୍ଜ ହେବା ସୂଚନା ପୁଅ ଅଭିଷେକ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି ।
?? my father, thankfully, has tested negative on his latest Covid-19 test and has been discharged from the hospital. He will now be at home and rest. Thank you all for all your prayers and wishes for him. ??
— Abhishek ???????? (@juniorbachchan) August 2, 2020
ଅଭିଷେକ ବଚ୍ଚନ ନିଜ ଟ୍ୱିଟର ହାଣ୍ଡେଲରେ ଲେଖିଛନ୍ତି ଯେ, ମୁଁ ଆଶ୍ୱସ୍ତୀ ଅନୁଭବ କରୁଛି ଯେ ମୋ ବାପାଙ୍କ ଲାଟେଷ୍ଟ କୋଭିଡ ୧୯ ଟେଷ୍ଟ ନେଗେଟିଭ ଆସିଛି । ତାଙ୍କୁ ଆଜି ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେ ବର୍ତ୍ତମାନ ଘରେ ଆରାମ କରୁଛନ୍ତି । ଆପଣ ସମସ୍ତଙ୍କର ପ୍ରାର୍ଥନା ପାଇଁ ମୁଁ ଧନ୍ୟବାଦ ଜଣାଉଛି ।
I, Unfortunately due to some comorbidities remain Covid-19 positive and remain in hospital. Again, thank you all for your continued wishes and prayers for my family. Very humbled and indebted. ??
I’ll beat this and come back healthier! Promise. ??— Abhishek ???????? (@juniorbachchan) August 2, 2020
ଜଣାଇ ରଖୁଛୁ ଯେ, ଅମିତାଭ ବଚ୍ଚନ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କିନ୍ତୁ ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜଣାଇ ରଖୁଛୁ ଯେ ଅଭିଷେକ ବଚ୍ଚନଙ୍କୁ ଏଯାଏଁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇନାହିଁ ।