୮୦ ବର୍ଷରେ ପାଦ ଥାପିଲେ ବିଗ ବି ଅମିତାଭ

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର ତଥା ଭେଟେରାନ ଆକ୍ଟର ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ବିଗ ବି ଅମିତାଭ। ଆଜି ବି ଦର୍ଶକ ଦେଖୁଛନ୍ତି ଅମିତାଭଙ୍କ ଜଲଓ୍ବା। ନିଜ ଅଭିନୟର ଯାଦୁରେ ଏବେ ବି ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି ଏହି ମେଗାଷ୍ଟାର ।

Amitabh Bachhan

୧୯୪୨ରେ ଜନ୍ମ ହୋଇଥିବା ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷରୁ ଅଧିକ ସମୟ କାମ କଲେଣି ।ପଦ୍ମଶ୍ରୀଠୁ ଆରମ୍ଭ କରି ପଦ୍ମବିଭୁଷଣ ସମ୍ମାନରେ ସେ ସମ୍ନାନିତ ହୋଇଛନ୍ତି । ବକ୍ସ ଅଫିସରେ ହିଟ୍ ଫିଲ୍ମ ପାଇଁ ତାଙ୍କୁ ମିଳିଛି ସୁପରହିଟ୍ ମାନ୍ୟତା । ଜନ୍ମଦିନ ପାଇଁ ଜଲସା ବାହାରେ ଲାଗିଛି ପ୍ରଶଂସକଙ୍କ ଭିଡ଼ ।  ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ।